ମହିଳାଙ୍କୁ ଉଲଗ୍ନ କରି ମାଡ ମାରିଲେ ମହିଳା; ଥାନାରେ ଅଭିଯୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହିଳାଙ୍କୁ ଉଲଗ୍ନକରି ବିଚ୍ ବଜାରରେ ଜଣେ ମହିଳା ମାଡ ମାରିଥିବା ଘଟଣା ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି।ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବାହାନଗା ବଜାରରେ ଜଣେ ମହିଳାଙ୍କୁ ଅନ୍ୟ ଜଣେ ମହିଳା ଉଲଗ୍ନ କରି ମାଡ଼ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି।ପିଡିତ ମହିଳା ଜଣକ ନ୍ୟାୟ ପାଇଁ ସୋର ଥାନାର ଦ୍ୱାରସ୍ତ ହୋଇଛନ୍ତି।

ଖବରରୁ ଜଣାପଡିଛି ଯେ ସୋର ଥାନା ଅନର୍ଗତ ଅଶିମିଳା ଗ୍ରାମର ସରୋଜ କୁମାର ମଳିକଙ୍କ ସ୍ତ୍ରୀ ଦିବ୍ୟାଭାରତୀ ମଳିକଙ୍କୁ ନିକଟସ୍ଥ ଇଚ୍ଛାପୁର ଗ୍ରାମର ଶରତ କୁମାର ମଳିକଙ୍କ ସ୍ତ୍ରୀ ଶକୁନ୍ତଳା ମଳିକ ତାଙ୍କ ସ୍ୱାମୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରି ଦିବ୍ୟାଭାରତୀକୁ ଉଲଗ୍ନ କରି ନିର୍ଧୁମ ମାଡ଼ ମାରିଥିଲେ। ଏ ବାବଦରେ ଦିବ୍ୟାଭାରତୀ ସାଉଡ଼ୁ ଫାଣ୍ଡିରେ ଅଭିଯୋଗ କରିବା ସହିତ ଫାଣ୍ଡି ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ୫ ଶହ ଟଙ୍କା ଗାଡ଼ି ପାଇଁ ତେଲ ଖର୍ଚ୍ଚ ବାବଦକୁ ଦେଇଥିଲେ। କିନ୍ତୁ ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଫାଣ୍ଡି ଅଧିକାରୀଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଦିବ୍ୟାଭାରତୀ ନ୍ୟାୟ ପାଇଁ ସୋର ଥାନାରେ ଦ୍ୱାରସ୍ତ ହୋଇଛନ୍ତି।

ମାଡ଼ ମାରିବା ବେଳର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁ ଥିବା ବେଳେ,ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାକୁ ବନ୍ଦ କରିବା ପାଇଁ ନିବେଦନ କରିଥିବା ଜଣାଯାଇଛି।ତାସହିତ ବିନା କାରଣରେ ଶକୁନ୍ତଳା ତାଙ୍କ ସମ୍ମାନ ହାନୀ କରିଥିବାରୁ ତୁରନ୍ତ ନ୍ୟାୟ ନ ମିଳିଲେ ସେ ଆତ୍ମାହୂତି ଦେବେ ବୋଲି ଧମକ ଦେଇଛନ୍ତି ଦିବ୍ୟାଭାରତୀ।

Leave A Reply

Your email address will not be published.