ରାଜ୍ୟରେ ବଢିଛି ଜଙ୍ଗଲ, ବିଶ୍ଵ ବନ ଦିବସ କାର୍ଯ୍ୟକ୍ରମରେ ସୂଚନା ଦେଲେ ସଚିବ ମୋନା ଶର୍ମା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସ୍ତରୀୟ ବିଶ୍ଵ ବନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ବନ ଦିବସର ବିଷୟ ବସ୍ତୁ  ଥିଲା “ଜଙ୍ଗଲ ଏବଂ ସ୍ଥାୟୀ ଉତ୍ପାଦନ ଓ ବ୍ୟବହାର “। ରାଜ୍ୟରେ ରେକର୍ଡଭୁକ୍ତ ବୃକ୍ଷ ଓ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ୫୭,୧୬୦ ବର୍ଗ କି.ମି ରହିଛି।  ଯାହାକି ସମଗ୍ର ରାଜ୍ୟର ମୋଟ ଭୌଗଳିକ ଅଂଚଳର ଶତକଡା ୩୬.୭୧ ପ୍ରତିଶତ। ଏହା ଭାରତ ବର୍ଷର ସମଗ୍ର ଭୌଗଳିକ ଅଂଚଳର ନିଦ୍ଧାରିତ ଲକ୍ଷ୍ୟ ଶତକଡା ୩୩ ପ୍ରତିଶତ ଠାରୁ ୩.୭୧ ଶତାଂଶ ଅଧିକ ଅଟେ। ଭାରତୀୟ ବନ ସର୍ବେକ୍ଷଣ ସଂସ୍କାର ଦ୍ଵିବାର୍ଷିକ ଆକଳନ ଅନୁଯାୟୀ ଆମ ରାଜ୍ୟରେ ୨୦୧୯ରୁ ୨୦୨୧ ବର୍ଷ ଅବଧି ମଧ୍ୟରେ ୮୯୩ ବର୍ଗ କି.ମି. ଜଙ୍ଗଲ ଅଂଚଳର ଅଭିବୃଦ୍ଧି ଘଟିଛି ।

 ହେନ୍ତାଳ ବଣ ବୃଦ୍ଧି କ୍ଷେତ୍ରରେ ସାରା ଦେଶରେ ଓଡିଶା ପ୍ରଥମ ସ୍ଥନରେ ଅଛି। ଜଙ୍ଗଲ  ଅଞ୍ଚଳ ବୃଦ୍ଧିରେ ତୃତୀୟ ଏବଂ ଜଙ୍ଗଲ ଅଂଚଳ ବାହାରେ ଥିବା ବୃକ୍ଷ ଆଦନରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ଆମ ନଦୀ ସମୂହର ଜଳସ୍ରୋତକୁ ଚିରୋସ୍ରୋତା କରିବାପାଇଁ ସବୁଜ ମହାନଦୀ ମିଶନ ଯୋଜନାରେ ମହାନଦୀ ଓ ତାର ଉପନଦୀ ସମୁହ ତଥା – ବ୍ରାହ୍ମଣୀ, ବୈତରଣୀ, ତେଲ ଓ ଲବ୍, ଋଷିକୂଲ୍ୟା ଓ ବଂଶଧାରା ଅବବାହିକାରେ ଅବସ୍ଥିତ ସରକାରୀ, ରାଜସ୍ୱ ଜଙ୍ଗଲ ଓ ବେସରକାରୀ ବ୍ୟକ୍ତିଗତ ଜମିରେ ବ୍ୟାପକ ବୃକ୍ଷ ରୋପଣ ପୂର୍ବକ ସବୁଜ ବଳୟ ସୃଷ୍ଟି କରାଯାଇଛି। ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମରେ ପ୍ରାୟତଃ 4605 ସଂଖ୍ୟକ ବନ ସୁରକ୍ଷା ସମିତି ଅଂଶ ଗ୍ରହଣ କରି ଜଙ୍ଗଲ ପୁନରୋଦ୍ଧାର କାର୍ଯ୍ୟରେ କର୍ତବ୍ୟରତ । ପ୍ରାୟ ୧୪,୨୬୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଉକ୍ତ ଯୋଜନାର ବିଭିନ୍ନ ଉପାର୍ଜନକ୍ଷମ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ହେବା ସଙ୍ଗେ ସଙ୍ଗେ ୪.୨ ଲକ୍ଷ ପରିବାର ମଧ୍ୟ ଉପକୃତ ହୋଇଛନ୍ତି।

ଜଙ୍ଗଲ ବିଭାଗ ସଚିବ ମୋନା ଶର୍ମା ପ୍ରତିକ୍ରିୟାରେ କହିଛନ୍ତି ଜଙ୍ଗଲ ନିଆଁ ଉପରେ ଆମର ନିୟନ୍ତ୍ରଣ ରହିଛି। ନିଆଁକୁ ଆୟତ୍ତ କରିବା ପାଇଁ ସ୍ୱତନ୍ତ୍ର ଏସ ଓ ପି ଜାରି କରାଯାଇଛି ।ଆମେ ଲୋକଙ୍କୁ ମଧ୍ୟ ଜଙ୍ଗଲ ରେ ନିଆ ଲଗାଇବା ପାଇଁ ବାରଣ କରୁଛୁ। ତଥାପି ଯେଉଁଠି ନିଆଁ ଲାଗୁଛି ଲିଭାଇବା ପାଇଁ ତୁରନ୍ତ ପଦକ୍ଷେପ ନିଆ ଯାଉଛି। ଏଥର ବଢିବ ରାଜ୍ୟ ର ବାଘ ସଂଖ୍ୟା। ସମ୍ବଲପୁର ରେ ବାଘ ସଂଖ୍ୟା ବଢିଥିବା ଜଣା ପଡ଼ିଛି। ଶିମିଳିପାଳ ରେ ମଧ୍ୟ ବାଘ ସଂଖ୍ୟା ବଢିବାର ସଂକେତ ଆସୁଛି। ହାତୀ ମଣିଷ ଲଢେଇ ରୋକିବା ଆମ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ। ଆମେ ତାକୁ କମାଇବା ପାଇଁ ଚେଷ୍ଟା କରୁଛୁ। ଟ୍ରେନ ଦୁର୍ଘଟଣା ରେ ହାତୀ ମୃତ୍ୟୁ ରୋକିବା ପାଇଁ ରେଳ ବିଭାଗ ସହ ଆଲୋଚନା ହୋଇଛି ସେହିପରି ଏନଏଚ ଗୁଡିକରେ ଅଣ୍ଡର ପାସ ନିର୍ମାଣ କରାଯାଉଛି ଝୁଲୁଥିବା ବିଦ୍ୟୁତ ତାର ଗୁଡିକୁ ସଜାଡ଼ିବା ପାଇଁ ରାଜ୍ୟ ସରକାର ଶକ୍ତି ବିଭାଗ କୁ ଅଧିକ ଅର୍ଥ ଦେଇଛନ୍ତି।

Leave A Reply

Your email address will not be published.