ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଜେଡି ଦଳର ଉପସଭାପତି ଦେବୀ ମିଶ୍ରଙ୍କ ସରକାରୀ ବାସଭାବନାରେ ଏକାଠି ହୋଇଥିଲେ ୨ ଜଣ ତୁଙ୍ଗ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ଅତୁନ ସବ୍ୟସାଚୀ ନାୟକ। ଦେବୀ ମିଶ୍ରଙ୍କ ସହ ଦୁଇ ନେତାଙ୍କର ଦୀର୍ଘ ସମୟ ଧାରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ମଝିରେ ମଝିରେ ଆମେ ଏମିତି ଚା ପିଇବା ପାଇଁ ଏକାଠି ହେଉ,ରାଜ୍ୟର ଉର୍ନତି,ରାଜନୀତି କଥା ମଧ୍ୟ ଆଲୋଚନା ହୋଇଥାଏ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।
ଓଡିଶାର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କୁ ଅନେକ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ସଂଘୀୟ ବ୍ୟବସ୍ଥା ଅନୁଯାୟୀ ଓଡିଶା ଲୋକଙ୍କର ଯାହା ଦାବୀ ରହିଛି ଯେଉଁଥିରେ କେନ୍ଦ୍ରର ସହଯୋଗ ଆବଶ୍ୟକ ଆମେ ଆଶା କରୁ ଆମକୁ ସହଯୋଗ ମିଳିବା ପାଇଁ କିନ୍ତୁ କେବେ କେବେ ମିଳେ ତ କେବେ ବିଳମ୍ବ ମଧ୍ୟ ହୁଏ। ଜଙ୍ଗଲ ଜାତ ପଦାର୍ଥ ମୁଖ୍ୟତ କେନ୍ଦୁପତ୍ରରୁ GST ଉଠାଇଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଦାବୀ କରିଥିଲେ ହେଲେ ଏହା ଆଜିପର୍ଯନ୍ତ ଦାବୀ ଶୁଣିଲେ ନାହିଁ କେନ୍ଦ୍ର ସରକାର।
5t ସଚିବ ଭି. କେ ପାଣ୍ଡିଆନଙ୍କ ପ୍ରସଙ୍ଗରେ କେନ୍ଦ୍ରରୁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ଚିଠି ଲେଖାଯିବା ପ୍ରସଙ୍ଗରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟ। ସେ କହିଛନ୍ତି ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ଏଥିରେ ନୂଆକଥା କିଛିନାହିଁ। ଆଗରୁ ମଧ୍ୟ ଏକାଧିକ ଥର ଏଭଳି ଘଟଣା ଘଟିଛି। କୋଡ଼ ଅଫ କଣ୍ଡକ୍ଟ ଉଲଂଘନ କରାଯିବା କଥା କହୁଛନ୍ତି ବିରୋଧୀ। ହେଲେ କେଉଁଠି ଉଲଘଂନ ହୋଇଛି ମୁଁ ବୁଝିପାରୁନି। ମୁଖ୍ୟମନ୍ତ୍ରୀ ଦଳର ମୁଖ୍ୟ ହେବ ସହ ସରକାରରେ ମଧ୍ୟ ମୁଖ୍ୟ। ତେଣୁ ସେ ସମସ୍ତଙ୍କୁ ଦାଇତ୍ୱ ଦେଇପାରିବେ । ଏଠାରେ ପାୱାର ପରିବର୍ତନ ହୋଇନାହିଁ କେବଳ କାମ କରିବାକୁ ଦାଇତ୍ୱ ଦିଆଯାଇଛି। ଲୋକଙ୍କ ପାଖରେ ମୁଖମନ୍ତ୍ରୀଙ୍କ କାଯ୍ୟଳୟ ପହଁଚୁଛି। ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନଥିବାରୁ ଏହାକୁ ପ୍ରସଙ୍ଗ କରୁଛନ୍ତି। ବିଜେଡି ରାଜ୍ୟରେ ବିକାଶ ପଥକୁ ଉନ୍ମୁକ୍ତ କରିଛି। ସେଥିପାଇଁ ଜନତା ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ରିବାଦ ଦେଉଛନ୍ତି। ତେଣୁ ବିକାଶ ପ୍ରକ୍ରିୟାରେ କେହି ବାଧା ସୁଷ୍ଟି ନକରନ୍ତୁ।