ଆଜି ଜହ୍ନରେ ଉଡିବ ତ୍ରିରଙ୍ଗା; ଭାରତ ରଚିବ ସ୍ୱର୍ଣ୍ଣିମ ଇତିହାସ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସାରା ବିଶ୍ୱ ଦେଖିବ ଭାରତର ସଫଳତା । ସ୍ୱର୍ଣ୍ଣାକ୍ଷରରେ ଇତିହାସରେ ଲିପିବଦ୍ଧ ହେବ ଭାରତର ନାଁ’ । ସନ୍ଧ୍ୟା ୫ଟା୪୫ରୁ ୬ଟା ୪ମିନିଟ୍ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର ବିକ୍ରମ । ଦକ୍ଷିଣ ଆଫ୍ରିକାରୁ ପ୍ରଧାନମନ୍ତ୍ରୀ ମୋଦି ସିଧା ପ୍ରସାରଣ ଦେଖିବେ । ମୁନ ମିଶନ ସଫଳତା ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଚାଲିଛି । ମନ୍ଦିରଠୁ ମସଜିଦ୍ ସବୁଠି ଲୋକଙ୍କ ପ୍ରାର୍ଥନା ଦେଖିବାକୁ ମିଳିଛି ।

ଏହାରି ଭିତରେ ସାମ୍ନାକୁ ଆସିଛି ଇସ୍ରୋ କମାଣ୍ଡ ସେଣ୍ଟରର ଫଟୋ । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ ବିଜ୍ଞାନ କେନ୍ଦ୍ରରେ ବୈଜ୍ଞାନିକ ପ୍ରସ୍ତୁତି । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ଆଉ କିଛି ଘଣ୍ଟାର ଅପେକ୍ଷା । ସ୍ୱୟଂଚାଳିତ ପ୍ରକ୍ରିୟାରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ମୁଖ୍ୟାଳୟରେ ବସି ଏହାକୁ ନିୟନ୍ତ୍ରଣ କରିବେ ବୈଜ୍ଞାନିକଙ୍କ ଟିମ୍ । ସନ୍ଧ୍ୟା ୫ଟା ୪୪ରେ ସ୍ଥିରିକୃତ ଦୂରତାରେ ପହଞ୍ଚିବ ଲ୍ୟାଣ୍ଡର । ଏହା ପରେ ଆରମ୍ଭ ହେବ ଲ୍ୟାଣ୍ଡରର ଧୀର ଅବତରଣ ।

ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ । ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ-୩। ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଧାର୍ୟ୍ୟସୂଚୀ ଅନୁସାରେ ସବୁ ଠିକଠାକ୍ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଶେଷ ୭ ମିନିଟ ପୂର୍ବରୁ ଲ୍ୟାଣ୍ଡରର ଗତି ଓ ବେଗ ବଢିଯିବ । ଲ୍ୟାଣ୍ଡରର ସେନ୍ସର ଗୁଡିକ ଚନ୍ଦ୍ରର ନିକଟବର୍ତ୍ତୀ ହେଲେ ଅଧିକ ସକ୍ରିୟ ହେବ । ଚନ୍ଦ୍ରପୃଷ୍ଠର ସ୍ଥିତି ଅନୁଧ୍ୟାନ କରି ଇସ୍ରୋକୁ ସୂଚନା ଦେବ ଲ୍ୟାଣ୍ଡର । ଚନ୍ଦ୍ରର କିଛି ଦୂରତାରେ ଲ୍ୟାଣ୍ଡର ଓ ଚନ୍ଦ୍ର ମଧ୍ୟରେ ସମାନ୍ତରାଳ ସ୍ଥିତି ସୃଷ୍ଟି ହେବ । ଶେଷ ୭ ମିନିଟରେ ନୃତ୍ୟ କରିବା ଭଳି ଲ୍ୟାଣ୍ଡରଟି ଚନ୍ଦ୍ର ଆଡକୁ ଗତି କରିବ । ଶେଷ ୩ ମିନିଟ ପୂର୍ବରୁ ଚନ୍ଦ୍ରର ମୁହାଁମୁହିଁ ହୋଇ ରହିବ ଚନ୍ଦ୍ରଯାନ । ପ୍ରଥମେ ଲ୍ୟାଣ୍ଡରଟି ସିଧା ଆସି ସାମାନ୍ୟ ବଙ୍କା ହୋଇଯିବ । ସମତଳଠାରୁ ୧୩୦ ଡିଗ୍ରୀ ହୋଇ ଚନ୍ଦ୍ର ଆଡକୁ ଗତି କରିବ । ଶେଷରେ ଏହା ଠିକ ୯୦ ଡିଗ୍ରୀ ହୋଇ ଚନ୍ଦ୍ରପୃଷ୍ଠକୁ ଓହ୍ଲାଇବ । ଶେଷ ମିନିଟର ଗତି ଉପରେ ନିର୍ଭର କରେ ସଫ୍ଟ ଲ୍ୟାଣ୍ଡିଂ । ବେଗ ଓ ଗତି ଅଧିକ ଥିବାରୁ ଏହା ଚନ୍ଦ୍ରପୃଷ୍ଠରେ ପିଟିହେବ ।

Leave A Reply

Your email address will not be published.