ଆଜି ହେଉଛି ବିଶ୍ବହସ୍ତୀ ଦିବସ: କେବଳ କ୍ୟାମ୍ପେନରେ ସୀମିତ ହସ୍ତୀ ସୁରକ୍ଷା, ବାସ୍ତବରେ କିନ୍ତୁ ସଂକଟରେ ଗଜରାଜ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ହେଉଛି ବିଶ୍ବହସ୍ତୀ ଦିବସ। ପ୍ରତିବର୍ଷ ଅଗଷ୍ଟ ୧୨ କୁ ବିଶ୍ବ ହସ୍ତୀ ଦିବସ ରୂପେ ପାଳନ କରାଯାଏ। ଦିନଥିଲା କୁହାଯାଉଥିଲା ହାତୀ ହେଉଛି ମଣିଷର ବନ୍ଧୁ। ତେଣୁ ୭୦ ଦଶକରେ ହାତୀ ଓ ମଣିଷ ର ବନ୍ଧୁତା କୁ ନେଇ ଏକ ଚଳଚିତ୍ର ତିଆରି ହୋଇଥିଲା ହାତୀ ମେରେ ସାଥି। କିନ୍ତୁ ପରିବର୍ତ୍ତିତ ସମୟରେ ଏବେ ମଣିଷର ବଡ ଶତ୍ରୁ ଭାବେ ହାତୀକୁ ଗଣନା କରାଯାଉଛି। ପରିବେଶ ସନ୍ତୁଳନରେ ସବୁଠାରୁ ବଡ ପ୍ରାଣୀ ଏହି ହାତୀ ର ପ୍ରମୁଖ ଭୂମିକା ରହିଛି। କିନ୍ତୁ ମଣିଷର ବିଭିନ୍ନ କାର୍ୟ୍ଯକଳାପ ଯୋଗୁଁ ଆଜି ଏହି ପ୍ରାଣୀର ଅସ୍ତିତ୍ବ ବିପଦରେ।

୧୯୭୯ ମସିହାରେ ରାଜ୍ଯ ରେ ୨୦୪୪ ଟି ହାତୀ ଥିଲେ। ୨୦୧୭ ମସିହାରେ ହୋଇଥିବା ହାତୀ ଗଣନା ଅନୁସାରେ ଏହା ୧୯୭୬ କୁ ଖସି ଆସିଥିଲା। ୧୯୯୦ ମସିହା ରୁ ୨୦୦୦ ମସିହା ଭିତରେ ବର୍ଷ କୁ ହାରାହାରି ୩୩ ଟି ହାତୀ ମରୁଥିଲେ। ୨୦୦୧ ରୁ ୨୦୧୦ ମଧ୍ଯ ରେ ଏହି ସଂଖ୍ଯା ୪୬ ଛୁଇଁ ଥିଲା। ୨୦୧୦ ମସିହା ପରଠାରୁ ବର୍ଷ କୁ ହାତୀ ମରୁଛନ୍ତି ୭୬ । ସୂଚନା ଅନୁସାରେ ୨୦୧୦ ଏପ୍ରିଲ୍ ରୁ ୨୦୨୧ ଅଗଷ୍ଟ ଭିତରେ ରାଜ୍ଯ ରେ ମୋଟ ୮୬୨ ହାତୀଙ୍କ ମ୍ରୁତ୍ୟୁ ଘଟିଛି।
_ ଏଠି ପ୍ରଶ୍ନ ଉଠୁଛି ଯେ କାହିଁକି ଏପରି ପରିସ୍ଥିତି ସ୍ରୁଷ୍ଟି ହେଉଛି ?

_ପ୍ରତ୍ୟେକ ଦିନ କେଉଁଠି ହାତୀ ଘର ଭାଙ୍ଗୁଛି, କେଉଁଠି ଫସଲ ନଷ୍ଟ କରୁଛି, କେଉଁଠି ଦଳିଚକଟି ରେ ମାରିଦେବା ସାମ୍ନା କୁ ଆସୁଛି। କିନ୍ତୁ କାହିଁକି ଏଭଳି ସ୍ଥିତି?
_କଣପାଇଁ ହାତୀ ଯେ କି ଦିନେ ମଣିଷର ବନ୍ଧୁ ଥିଲା ଆଜି ଶତ୍ରୁ ପାଲଟିଛି?

ଏସିଆ ମହାଦେଶରେ ୧୯୯୦ ମସିହା ବେଳକୁ ୧୦ ଲକ୍ଷ ହାତୀ ଥିଲେ। ଏବେ ଏହି ସଂଖ୍ଯା ୪୦ ରୁ ୫୦ ହଜାର ଭିତରେ ରହିଛି। ଭାରତରେ ପୋଷା ହାତୀଙ୍କୁ ମିଶାଇ ୨୭ ରୁ ୩୦ ହଜାର ହାତୀ ରହିଛନ୍ତି। ଏଥିରୁ ଓଡିଶାରେ ହାତୀଙ୍କ ସଂଖ୍ଯା ୨ ହଜାର ରୁ କମ୍।
ଏହାର ମୁଖ୍ଯ କାରଣ ହେଉଛି ମଣିଷ ଙ୍କ ସଂଖ୍ଯା ବଢିଚାଲିଥିବା ରୁ ହାତୀଙ୍କ ବାସସ୍ଥଳୀ କମିବାରେ ଲାଗିଛି ବା ସଙ୍କୁଚିତ ହେବାରେ ଲାଗିଛି। ସେମାନେ ଖାଉଥିବା ଖାଦ୍ୟ ଓ ପାଣି ଜଙ୍ଗଲ ରେ ମିଳୁନାହିଁ କାରଣ ମଣିଷ ଜଙ୍ଗଲ କାଟିବାରେ ଲାଗିଛି। ଫଳରେ ଖାଦ୍ୟ ଓ ପାଣି ପାଇଁ ସେମାନେ ଜନବସତି ମୁଁହା ହେଉଛନ୍ତି। ଫଳରେ ସେମାନଙ୍କ ଉପରେ ବିପଦ ବଢୁଛି। କେଉଁଠି ଗୁଳିବିଦ୍ଧ ହୋଇ ତାଙ୍କୁ ଶିକାରୀ ମାରୁଛି ତ କେଉଁଠି ହାତୀଦାନ୍ତ ଲୋଭରେ ତାଙ୍କୁ ମାରି ପୋତି ଦିଆଯାଉଛି ତ କେଉଁଠି ମଣିଷ ନିଜକୁ ବଞ୍ଚାଇବା ପାଇଁ ହାତୀ କୁ ମାରୁଛି।
ହାତୀ କରିଡର ପାଇଁ ସରକାର ବିଭିନ୍ନ ପ୍ରୋଜେକ୍ଟ କରୁଛନ୍ତି। କିନ୍ତୁ ତାହାର ସଫଳ ରୂପାୟନ ଏବେ ବି ଠିକ୍ ଭାବେ ହୋଇପାରିନାହିଁ। ଫଳରେ ହାତୀ ଗୋଟିଏ ଜଙ୍ଗଲ ରୁ ଆଉଗୋଟିଏ ଜଙ୍ଗଲ ଯିବା ପାଇଁ ଯେଉଁ ରାସ୍ତା ଥାଏ ତାହା ଏବେ ନାହିଁ। ଫଳରେ ଜନବସତି ମୁଁହା ହେଉଛନ୍ତି ହାତୀ। ସେମାନେ ଜାଣିଶୁଣି ମଣିଷ ସହ ସଂଘର୍ଷ କରନ୍ତି ନାହିଁ, ପରିସ୍ଥିତି ଏଭଳି ହୁଏ ଯୋଉଥିପାଇଁ ସେମାନେ ନିଜକୁ ବଞ୍ଚାଇବା ପାଇଁ ସଂଘର୍ଷ କରନ୍ତି।
ସମୟ ଆସିଲାଣି ଆମକୁ ଏ ବିଷୟରେ ଚିନ୍ତା କରିବାକୁ ପଡିବ। ନହେଲେ ଆଗାମୀ ଦିନରେ ଆମର ପରପିଢୀ କେବଳ ବହିରେ ଦେଖିବେ ଏକ ବିରାଟକାୟ ଜୀବ ପ୍ରୁଥିବୀ ପ୍ରୁଷ୍ଠ ରେ ଥିଲା ଯାହାର ନାଁ ହେଉଛି ହାତୀ।

Leave A Reply

Your email address will not be published.