ଆଜିର ମୁଖ୍ୟ ଖବର

0

୧- ‘ୟସ’ ବାତ୍ୟାରେ ରାଜ୍ୟର କ୍ଷତି ହୋଇଛି ୬୧୦ କୋଟି ଟଙ୍କାର ସମ୍ପତ୍ତି

୨- ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, କୋଭିଡ ଆକ୍ରାନ୍ତ ପରେ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

୩- ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଚାଲିଛି ତର୍ଜମା,ଆଜି ଚୁଡାନ୍ତ ନିଷ୍ପତି। ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ

୪- ବାଲେଶ୍ବର ଜିଲ୍ଲା ଔପଦା ଥାନା ମହିଷାଁଡାଳି ଗ୍ରାମ: ସାପ କାମୁଡ଼ାରେ ଚାଲିଗଲା ୯ ବର୍ଷର ବାଳକର ଜୀବନ, ଗାଁକୁ ଭଲ ରାସ୍ତା ନଥିବାରୁ ଠିକଣା ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

୫- ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୩ ଦିନ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଜି କେରଳ ଛୁଇଁବ ମୌସୁମୀ

୬- ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ଭଉଁରୀ ଉତ୍ସବ, ଅନୁଷ୍ଠିତ ହେବ ଚକା ଡେରା ନୀତି

୭- କେନ୍ଦ୍ର ବିଶ୍ବ ବଜାରରୁ ଟୀକା କିଣି ସବୁ ରାଜ୍ୟକୁ ଦେଉ: ନବୀନ

୮- ରାଉରକେଲା ଇସ୍ପାତ କାରଖାନାରେ 100 ଶଯ୍ୟା ବିଶିଷ୍ଟ COVID କେୟାର ସେଣ୍ଟର ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୯- ସୁନ୍ଦରଗଡ଼:TDCC ପ୍ରବନ୍ଧକଙ୍କ କାରରୁ ୧୯ ଲକ୍ଷ ଜବତ,ବାଟରେ ଧରିଲା ଭିଜିଲାନ୍ସ

୧୦- ନୂଆ ଦିଲ୍ଲୀ: ପିଲାମାନଙ୍କ ପାଇଁ କୋଭାକ୍ସିନିର ନୈଦାନିକ ପରୀକ୍ଷଣ ପାଟନା ଏମ୍ସରେ ଆରମ୍ଭ

୧୧- ଚାକିରି ଉପରେ କରୋନା ମାଡ । ବେରୋଜଗାରର ସତ ସାମ୍ନାକୁ ଆଣିଲା ସିଏମଆଇଇର ରିପୋର୍ଟ । ଜାନୁଆରିରୁ-ମେ’ ଭିତର ଚାକିରୀ ହରାଇଲେ ୨କୋଟି ୨୭ଲକ୍ଷ ଲୋକ

୧୨- ନୀତିଶ କୁମାରଙ୍କ ବଡ ଘୋଷଣା, ବିହାରରେ ଇଞ୍ଜିନିୟରିଂ ଓ ମେଡିକାଲ୍ କଲେଜ୍‌ରେ ଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ ୩୩ ପ୍ରତିଶତ ସିଟ୍

୧୩- ମହାରାଷ୍ଟ୍ର ସରକାରଙ୍କର ଗ୍ରାମାଞ୍ଚଳରେ ନୂଆ କରୋନା ମୁକାବିଲା ଯୋଜନା:ଗାଁକୁ କରୋନାମୁକ୍ତ କର, ୫୦ ଲକ୍ଷ ପୁରସ୍କାର ଜିତ

୧୪- ଟିକାକରଣକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ ନାଗରିକଙ୍କ ଅଧିକାର ଉଲ୍ଲଂଘନ ହେଲେ ଚୁପ ବସିବ ନାହିଁ ନ୍ୟାୟ ପାଳିକା

Leave A Reply

Your email address will not be published.