ଆଜିର ମୁଖ୍ୟ ଖବର

0

୧-ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ବାଦଶ ଶ୍ରେଣୀ, ନବମ ଶ୍ରେଣୀ ଖୋଲିବା ନିଷ୍ପତ୍ତି ଅଗଷ୍ଟ ୧୬ରେ ହୋଇପାରେ।୩୦ରେ ଅସନ୍ତୁଷ୍ଟଙ୍କ ଦଶମ ପରୀକ୍ଷା, ଅଗଷ୍ଟ ୨୫ ସୁଦ୍ଧା ଫଳାଫଳ।

୨-ରାଜ୍ୟ କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ, ସିଇଟି ପାଇବ ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା।

୩-ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ଲାଗିବ ୧୪୪ ଧାରା । ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ୮ଟା ଯାଏଁ କଟକଣା।

୪-ଭୁବନେଶ୍ୱର:ବର୍ଷକୁ ୩୦୦ ଟନ୍ ଆଚାର ଯୋଗାଇବ SHG,୧୬୬ ଆହାର କେନ୍ଦ୍ର ହେବେ ଉପକୃତ।

୫-ସୋମବାରରୁ ସାରା ରାଜ୍ୟରେ ଗଡ଼ିବ ଘରୋଇ ବସ୍ । ସଂଘର ଦାବିକୁ ସରକାର ମାନିନେବା ପରେ ଆସିଲା ନିଷ୍ପତ୍ତି, ୨ ମାସର ସଡ଼କ ଟିକସ ଛାଡ଼ କରିବେ ସରକାର ।

୬-ଡେଲଟା ଭାରିଆଣ୍ଟ ବହୁତ ଡିଫିକଲ୍ଟ, ଦ୍ବିତୀୟଥର ସଂକ୍ରମଣରେ ରୋଗୀ ହେବେ ଅଧିକ ଗୁରୁତର- ଡାଃ ନିରୋଜ ମିଶ୍ର

୭-୧୯ରୁ ଆଖଣ୍ଡଳମଣିଙ୍କ ଶ୍ରାବଣୀ ଯାତ୍ରା, ଲାଗି ହେବନି ବୋଲବମ ଭକ୍ତଙ୍କ ଜଳ।

୮-ଉଚ୍ଚନ୍ୟାୟାଳୟରେ ଜୁଲାଇ ୨୩ ପର୍ଯ୍ୟନ୍ତ ଆଭାସିରେ ମାମଲାର ଶୁଣାଣି ଜାରି ରହିବ।

୯-ଟିକା ନେବା ପରେ ବି ରାଜ୍ୟରେ ୧୮୮୦୫ ସଂକ୍ରମିତ, ଭୁବନେଶ୍ୱରରେ ୫୦୩୯।

୧୦-ବୋର୍ଡ଼ ଦ୍ୱାରା ପ୍ରକାଶିତ ନବମ ଶ୍ରେଣୀ ଜ୍ୟାମିତି ବହିର ପ୍ରଚ୍ଛଦ ପୃଷ୍ଠାରେ ଛପା ହୋଇଥିବା ଜ୍ୟାମିତିକ ସୂତ୍ର ଭୁଲ୍‌ ଛପା ଯାଇଥିବାରୁ ଛାତ୍ର, ଶିକ୍ଷକ ଓ ଅଭିଭାବକ ମହଲରେ ପ୍ରତିକ୍ରିୟା ।

୧୧-ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ସମେତ ୧୧ଟି ଆଞ୍ଚଳିକ ଭାଷାରେ ପଢାହେବ ଇଂଞ୍ଜିନିୟରିଂ ପାଠ୍ୟକ୍ରମ।

୧୨-ସାମ୍ଭାବ୍ୟ କରୋନାର ତୃତୀୟ ଲହର ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ, ସ୍ୱତନ୍ତ୍ର ସର୍ଭେଲାନ୍ସ ଟିମ୍ ଦ୍ୱାରା ଜାରି ରହିଛି ପ୍ରସ୍ତୁତି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

୧୩-ବଢିଲା ଭାରତୀୟ ନୌସେନାର ଶକ୍ତି । ସେନାରେ ସାମିଲ ହେଲା ଆମେରିକା ନିର୍ମିତ ଏମଏଚ୍-୬୦- ଆର ରୋମିଓ ଲଢୁଆ ହେଲିକପ୍ଟର।

Leave A Reply

Your email address will not be published.