ଆଜିର ମୁଖ୍ୟ ଖବର

0

୧–କୋଇଡ଼ା : କୋଇଡ଼ା ଖଣି ଅଞ୍ଚଳରେ ଗତକାଲି ଠାରୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଥିବା ଶିଶୁ କାନ୍ଧରେ ମଦ ବ୍ୟାଗର ବୋଝ ଘଟଣା ସଂପର୍କରେ ଖବର ପ୍ରକାଶିତ ହେବାପରେ ସୁନ୍ଦରଗଡ଼ ଜିଲ୍ଲାପାଳ ଜିଲ୍ଲା ଶ୍ରମ ବିଭାଗ, ଅବକାରୀ ବିଭାଗ ଓ ଶିଶୁ କଲ୍ୟାଣ ବିଭାଗଙ୍କୁ ମିଳିତଭାବେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

୨-୮୯ ବର୍ଷ ପରେ ଚୀନକୁ ଫେରିଲା ମଙ୍କି ବି ଭାଇରସ୍, ସଂକ୍ରମଣ ପରେ ହେଲା ମୃତ୍ୟୁ ।

୩-ପଞ୍ଜାବ କଂଗ୍ରେସ କନ୍ଦଳରେ ପଡିଲା ପୂର୍ଣ୍ଣଛେଦ : ନବଜୋତ୍ ସିଂ ସିଦ୍ଧୁ ହେଲେ ଦଳର ରାଜ୍ୟ ସଭାପତି .।

୪-ଜାମିଆ ମିଲିଆ ଇସଲାମିଆ କବରସ୍ତାନରେ ଫଟୋ ସାମ୍ବାଦିକ ଦାନିସ ସିଦ୍ଦିକିଙ୍କୁ କବର ଦିଆଯିବ, ଦିଲ୍ଲୀରେ ପହଞ୍ଚିଲା ମରଶରୀର ।

୫-ବକରିଦ୍‌ରେ କଟକଣା କୋହଳ ନିଷ୍ପତ୍ତି ପ୍ରତ୍ୟାହାର କରୁ କେରଳ ସରକାର, ନଚେତ୍ ଯିବୁ ସୁପ୍ରିମକୋର୍ଟ: ଚେତାବନୀ ଦେଲା ଆଇଏମଏ ।

୬-ଶେର ବାହାଦୁର ଦେଉବା ହେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦୀ ।

୭-ଚମକିଲେ ଯୁବ ବାହିନୀ, ଶ୍ରୀଲଙ୍କାକୁ ମାତ୍ ଦେଇ ସହଜରେ ପ୍ରଥମ ଦିନିକିଆ ଜିତିଲା ଭାରତ ।

୮– ଓଡ଼ିଆ ଆଥଲେଟଙ୍କ ଲାଗି ପୁରସ୍କାର ଘୋଷଣା କଲା ଓଡ଼ିଶା ଅଲିମ୍ପିକ ଆସୋସିଏସନ । ସ୍ୱର୍ଣ୍ଣ ବିଜେତାଙ୍କୁ ୫ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୩ ଲକ୍ଷ, ବ୍ରୋଞ୍ଜ ଜିତିଲେ ୧ ଲକ୍ଷ । ଓଡ଼ିଶାରୁ ୬ ଜଣ ଆଥଲେଟ୍ ଟୋକିଓ ଅଲିମ୍ପିକରେ ଭାଗ ନେଇଛନ୍ତି ।

୯-ଆଫଗାନିସ୍ତାନ ରାଷ୍ଟ୍ରପତି କହିଲେ ଭାରତ ହିଁ ବିକାଶର ସଚ୍ଚୋଟ ସହଯୋଗୀ, ତାଲିବାନଙ୍କ ମୁକାବିଲାରେ ଆମେ ସଫଳ ହେଉଛୁ ।

୧୦-ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ୧୨ଟି ରାଜନୈତିକ ଚିଠା ପ୍ରସ୍ତାବ ପାରିତ ।

୧୧-ଭାରତରେ ୨୦୧୪-୧୯ ମଧ୍ୟରେ ରୁଜୁ ହୋଇଛି ୩୨୬ ଦେଶଦ୍ରୋହ ମାମଲା, କେବଳ ୬ ଜଣଙ୍କୁ ମିଳିଛି ସଜା

୧୨-ବାହୁଡ଼ାଯାତ୍ରା: କର୍ଫ୍ୟୁ ସମୟରେ ‘ବଡ଼ଦାଣ୍ଡକୁ ଆସିଲେ ବନ୍ଧା ହେବେ’ ।

୧୩-ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ଶାସକ-ବିରୋଧୀ ପ୍ରସ୍ତୁତ, କୋଭିଡ କଟକଣା ମଧ୍ୟରେ ଚାଲିବ ଗୃହ ।

୧୪-ଅଶୋଧିତ ତୈଳ ଉତ୍ପାଦନ ନେଇ OPEC ସଦସ୍ୟ ଦେଶଙ୍କ ମଧ୍ୟରେ ପୂର୍ଣ୍ଣ ରାଜିନାମା, ସମସ୍ତଙ୍କ ହୀତ ଲାଗି ହେବ ସର୍ବୋତ୍ତମ ଉଦ୍ୟମ .

୧୫-ପଖାଳକୁ ନେଇ ବଢିଲା ବିବାଦ । ଓଡି଼ଶାର ସଂସ୍କୃତିପ୍ରେମୀ କହିଲେ, ରସଗୋଲା ପରେ ପଖାଳକୁ ବି ନେଇଯିବ ପଶ୍ଚିମବଙ୍ଗ ।

୧୬-–କୋରାପୁଟ, ମାଲକାନଗିରି ଓ କନ୍ଧମାଳରୁ ଫେରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଡିଜିପିଙ୍କ ଆହ୍ବାନ। ମାଓ ପ୍ରବଣ ଅଞ୍ଚଳରେ ଏନ୍‌ଫୋର୍ସମେଣ୍ଟ ଓ କମ୍ବିଂ ଜାରି ରହିଛି। ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

୧୭-ଜୁଲାଇ ୨୧ରୁ ଭୁବନେଶ୍ବରରେ ଗର୍ଭବତୀଙ୍କୁ ଟିକାକରଣ, ସପ୍ତାହରେ ୨ଦିନ; ବୁଧ ଓ ଶନିବାର ଗର୍ଭବତୀଙ୍କୁ ଦିଆଯିବ ଟିକା ।

୧୮-ଚିନ୍ତା ବଢ଼ାଉଛି ହିଡେନ୍ କେସ : କରୋନା ଲକ୍ଷଣ ଥିଲେ ବି ଟେଷ୍ଟ କରିବାକୁ ଆସୁନାହାନ୍ତି ଲୋକେ ।

Leave A Reply

Your email address will not be published.