ଆଜିର ମୁଖ୍ୟ ଖବର

0

୧- ତୃତୀୟ ଲହର ମୁକାବିଲା ପାଇଁ ୧୧ ଶହ ୧୪ ଜଣ ଡାକ୍ତରଙ୍କୁ ଦିଆଯିବ ତାଲିମ।ଦୈନିକ ଟିକାଦାନକୁ ୩ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

୨- ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ପ୍ୟାକେଜ୍‌, ୨୬ କୋଟି ୨୯ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

୩- ୟୁଜି ଓ ପିଜି ପରୀକ୍ଷା ନେଇ ୧୨ରେ କୁଳପତିମାନଙ୍କ ବୈଠକ। କୁଳପତି ଓ ଅଧ୍ୟକ୍ଷଙ୍କ ସହ ବୈଠକ ପରେ ନିଆଯିବ ନିଷ୍ପତ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ

୪- ମାଗଣା ଟିକା ଘୋଷଣା ପରେ କେନ୍ଦ୍ର ସରକାରଙ୍କ ନୂଆ ମାର୍ଗଦର୍ଶିକା ଜାରି। ୧୮ବର୍ଷରୁ ଊର୍ଦ୍ଧ୍ବ କାହାକୁ ଅଗ୍ରାଧିକାର ଦିଆଯିବ ସେଥିନେଇ ନିର୍ଣ୍ଣୟ ନେବେ ରାଜ୍ୟ ସରକାର

୫-‌ ତିନି ଦିନରେ ଓଡ଼ିଶା ଛୁଇଁବ ମୌସୁମୀ,‌୧୦ରୁ ୧୪ ପ୍ରବଳ ବର୍ଷା,ଉପୁଜିପାରେ ବନ୍ୟା ପରିସ୍ଥିତି

୬- ଅଟୋ ଚାଳକଙ୍କୁ ସଲାମ । ୭ ଲକ୍ଷ ଟଙ୍କା ପାଇଥିଲେ, ଖୋଜି ଖୋଜି ମହିଳାଙ୍କୁ ପର୍ସ ଫେରାଇଲେ । ସୁନ୍ଦରଗଡର ଅଟୋ ଚାଳକଙ୍କୁ ନେଇ ସବୁଠି ଚର୍ଚ୍ଚା

୭- ନିଜ ଜୀବନକୁ ବାଜି ଲଗାଇ ‌କିଣାକିଣିରେ ‌ମାତିଛନ୍ତି ସତ୍ୟବାନ। ଫଳଦୋକାନରେ ପ୍ରବଳ ଭିଡ଼,ଲୁଚାଛପା ‌ଶାଢୀ ଦୋକାନରେ ବି ଗହଳି

୮- ଅନଲକ୍ ପାଇଁ ସରକାରଙ୍କ ବିଚାର! ରଜ ପରେ ଅଧା ଓଡ଼ିଶାରୁ ପର୍ଯ୍ୟାୟକ୍ରମେ ହଟିପାରେ କଟକଣା,୫ ପ୍ରତିଶତରୁ କମ ସଂକ୍ରମଣ ହାର ରହୁଥିବା ଜିଲ୍ଲା ଗୁଡିକରେ ପର୍ଯ୍ୟାୟକ୍ରମେ ଅନଲକ କରାଯାଇପାରିବ

୯- ମହଙ୍ଗାମାଡ଼ରେ ଆକ୍ତାମାକ୍ତା ଗ୍ରାହକ: ସହରକୁ ସହର ଡେଇଁ ଚାଲିଛି ପେଟ୍ରୋଲ ଦରର ସେଞ୍ଚୁରୀ ଟ୍ରେଣ୍ଡ୍

୧୦- ଆଗାମୀ ଦିନରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ସହ ୫ କୋଟି ପିଏନଜି ସଂଯୋଗ ଲକ୍ଷ୍ୟ : ଧର୍ମେନ୍ଦ୍ର ପ୍ରଧାନ,ଦେଶ ଉଦ୍ଦେଶ୍ୟରେ ୨୦୧ଟି ସିଏନଜି ଷ୍ଟେସନକୁ ଉତ୍ସର୍ଗ କଲେ କେନ୍ଦ୍ରମନ୍ତ୍ରୀ

୧୧- କୋରାପୁଟ: ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡ଼ି ଚାଳକ ଓ ଚାଲାଣକାରୀ ଫେରାର୍

୧୨- ବାତ୍ୟା କ୍ଷୟକ୍ଷତି ଆକଳନ କରି ଦିଲ୍ଲୀ ଫେରିଲା କେନ୍ଦ୍ରୀୟ ଟିମ୍‌

୧୩- ଭାରତର ଏମଏସଏମଇ ବିକାଶ ପାଇଁ ବିଶ୍ୱବ୍ୟାଙ୍କ ଦେବ ୫୦୦ ନିୟୁତ ଡଲାର

୧୪- ଚୀନରେ ଠାବ ହେଲା ଡାଇନୋସର୍‍ ପୂର୍ଣ୍ଣାଙ୍ଗ କଙ୍କାଳ ; ଜୀବାଶ୍ମର ପ୍ରାୟ ୭୦% ଅକ୍ଷତ ରହିଛି

Leave A Reply

Your email address will not be published.