୧-ଟୋକିଓ:ବଢ଼ିଲା ଭାରତର ସୁନା ପଦକ ଆଶା । ଜାଭଲିନ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା, ରେସଲିଂରେ ସ୍ୱର୍ଣ୍ଣ ପାଇଁ ଲଢିବେ ରବି ଦହିୟା।
୨-ନବୀନଙ୍କ ଚେତାବନୀ:କୋଭିଡ୍ ନିୟମ ପାଳନରେ ହେଳା କଲେ ପୁଣି ଲାଗୁ ହେବ ସମ୍ପୂର୍ଣ୍ଣ ଲକ୍ଡାଉନ୍।
୩-ଆସନ୍ତା ୧୬ ତାରିଖରୁ ଖୋଲିବ ପୁରୀ ଶ୍ରୀମନ୍ଦିର।ପ୍ରଥମ ୫ ଦିନ ଦର୍ଶନର ସୁଯୋଗ ପାଇବେ ପୁରୀ ବାସିନ୍ଦା।୨୩ରୁ ସର୍ବସାଧାରଣ ଦର୍ଶନର ସୁଯୋଗ ମିଳିବ ।
୪-ତୃତୀୟ ଲହର ଅଗଷ୍ଟରେ ଆସିବ ବୋଲି ଚେତାବନୀ ଦିଆଗଲାଣି।ଖୁବ୍ ଶୀଘ୍ର ରାଜ୍ୟରେ ଖୋଲିବ ଆଉ ୧୪ RTPCR ଲାବ୍।
୫-ନୂଆ ଦିଲ୍ଲୀ: ଶିକ୍ଷା ଯୋଜନା ୨.୦କୁ କ୍ୟାବିନେଟ୍ ର ମୋହର, ଖୋଲିବ ସରକାରୀ ପ୍ଲେ-ସ୍କୁଲ।
୬-୯ରୁ ଖୋଲିବ ସବୁ ଇଞ୍ଜିନିୟରିଂ କଲେଜ,କେବଳ ଶେଷ ବର୍ଷ ଛାତ୍ରଛାତ୍ରୀ କଲେଜ ଯାଇପାରିବେ।
୭-ଭୁବନେଶ୍ୱର: କଟକଣାରେ ପାଳନ ହେବ ସ୍ବାଧିନତା ଦିବସ,ପରେଡ ଓ ସର୍ବସାଧାରଣଙ୍କ ସମାଗମକୁ ନା।
୮-ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ଆଉ ଏକ ମେଡାଲ, ସେମି ଫାଇନାଲରେ ପରାସ୍ତ ହୋଇ ବ୍ରୋଂଚ ପଦକ ଆଣିଲେ ବକ୍ସର ଲଭଲିନା ସିନ୍ଧୁଙ୍କୁ ହାଇଦ୍ରାବାଦରେ ଫୁଲ ବର୍ଷା ସହ ସ୍ୱାଗତ।
୯-ରେଙ୍ଗାଳି ଡ୍ୟାମ୍ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ।
୧୦-ଜୁନ ୨୦୨୨ରୁ ଭୁବନେଶ୍ୱରରେ ହେବ କରୋନା ଟିକା ଉତ୍ପାଦନ । ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବଙ୍କ ସହ ଆଲୋଚନା କଲେ ଭାରତ ବାୟୋଟେକ ଅଧ୍ୟକ୍ଷ ।
୧୧-ଘରେ ପଶି ଡ୍ରାଗନକୁ ଚ୍ୟାଲେଞ୍ଜ, ଦକ୍ଷିଣ ଚୀନ ସାଗରରେ ୪ଟି ଘାତକ ଯୁଦ୍ଧପୋତ ମୁତୟନ କଲା ଭାରତ।