ଆଜିର ମୁଖ୍ୟ ଖବର

0

୧- ଏଥର ଫିକା ପଡ଼ିଛି ରଜ, ହେଲେ କମିନି ଉତ୍ସାହ! କରୋନା କଟକଣା ଭିତରେ ପାଳିତ ହେଇଛି ପହିଲି ରଜ

୨- କରୋନା ଯୋଗୁଁ ସ୍ଥଗିତ ହେଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE। ପରୀକ୍ଷା ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବ ।ଅନ୍ଲାଇନ୍ ଆବେଦନ ସମୟ ସୀମା ଆସନ୍ତା ଜୁଲାଇ ୧୨ ଯାଏଁ ବୃଦ୍ଧି

୩- ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

୪- ମଧୁବାବୁ ପେନସନ୍‌ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୩ ମାସର ଆଗୁଆ ଭତ୍ତା

୫- ଭୁବନେଶ୍ୱର:୮ ଲକ୍ଷରୁ ଊର୍ଦ୍ଧ୍ୱ ଆରୋଗ୍ୟ : ଆଗ ଧାଡ଼ିର କୋଭିଡ ଯୋଦ୍ଧା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

୬- ୱେବସାଇଟରେ ଅନଲାଇନ ଆୟକର ଦାଖଲରେ ତ୍ରୁଟି ବିଚ୍ୟୁତି ଦେଖାଦେଉଥିବାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କରଦାତା ଚାହିଁଲେ ମାନୁଆଲରେ ଏହା ଦାଖଲ କରିପାରିବେ ବୋଲି ଆୟକର ବିଭାଗ କହିଛି

୭- ୧୬ରେ INI-CET ଏବଂ ୨୭ରେ ଏମ୍ସ ପରୀକ୍ଷା ଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ହେବ

୮- ୨୫ ଜୁଲାଇ ପୂର୍ବରୁ ଜେଇଇ ମେନ୍ସ ! ଆଗାମୀ ସପ୍ତାହରେ ହୋଇପାରେ ତାରିଖ ଘୋଷଣା

୯- ଲଘୁଚାପ ଓଡ଼ିଶା ଅତିକ୍ରମ କରି ଝାଡ଼ଖଣ୍ଡରେ, ତେଣୁ ବଡ଼ ବର୍ଷା ସମ୍ଭାବନା କମ୍

୧୦- ଗରିବ, ଅନାଥ, ଭିନ୍ନକ୍ଷମ ଅନ୍ତେବାସୀଙ୍କ ଗହଣରେ ରଜ ପାଳିଲେ ଅଭିନେତା ସବ୍ୟସାଚୀ, ରଜ ପିଠା ସହ ବାଣ୍ଟିଲେ ଶୁଖିଲା ଖାଦ୍ୟ, ରାସନ ଓ ରଜ ପାନ

୧୧- ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଓ ସଂଗ୍ରହାଳୟ ଗୁଡିକ ଆସନ୍ତା ୧୬ ତାରିଖଠାରୁ ଖୋଲିବାକୁ ଏଏସ୍ଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

୧୨- ପଶ୍ଚିମ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପାଳିଲେନି ରଜପର୍ବ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ୯୫ ହଜାର ଟଙ୍କା

Leave A Reply

Your email address will not be published.