ଆଜିର ମୁଖ୍ୟ ଖବର

0

୧-ଖୁସି ଖବର: ରାଜ୍ୟରେ ୧% ତଳକୁ ଖସିଲା ସଂକ୍ରମଣ ହାର, ଗତ ୨୪ ଘଣ୍ଟାରେ ୬୦୯ ପଜିଟିଭ୍‌ ଚିହ୍ନଟ।

୨-ଟୋକିଓରେ ପଦକ ବର୍ଷା । ଗୋଟିଏ ଦିନରେ ଭାରତ ପାଇଁ ଆସିଲା ପାଂଚ ପଦକ । ଜାଭଲିନ ଓ ସୁଟିଂରୁ ଆସିଲା ଦୁଇଟି ସ୍ୱର୍ଣ୍ଣ ।

୩-ଶେଷ ହେଲା ହିଞ୍ଜିଳିର ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ, ପିଲାମାନଙ୍କୁ ଆଶିର୍ବାଦ ଓ ଶିକ୍ଷକଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ।

୪-ଆଜି ଆସିବ ନୂଆ ଗାଇଡ୍ ଲାଇନ୍।ହଟିପାରେ ସପ୍ତାହାନ୍ତ ସଟ୍ ଡାଉନ୍।
କୋହଳ ହୋଇପାରେ ନାଇଟ୍ କର୍ଫ୍ୟୁ।

୫-ସ୍କୁଲ ଖୋଲିବା ପାଇଁ ଯୁକ୍ତି ରଖିଲେ ବରିଷ୍ଠ ଡାକ୍ତର ଓ ଶିକ୍ଷାବିତ୍ । କହିଲେ, କମୁଛି ପିଲାଙ୍କ ଆତ୍ମବିଶ୍ୱାସ, ବିଷାଦରେ ବିତୁଛି ସମୟ । ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ହେଲେ ପଛକୁ ଚାଲିଯିବ ଦେଶ ।

୬-ଯୁକ୍ତ ଦୁଇରେ ଚଳିତ ବର୍ଷ ସର୍ବାଧିକ ଛାତ୍ର ଛାତ୍ରୀଙ୍କ ଆବେଦନ,୫ରେ ସରିବ ପ୍ରକ୍ରିୟା। ଆବେଦନ କଲେଣି ୩.୮୪ଲକ୍ଷ।

୭-ଭୁବନେଶ୍ବର:୬ ମାସରେ ୩୦ ଏଟିଏମ୍‌ରୁ ୮କୋଟି ଲୁଟ: କମିଶନରେଟ ପୁଲିସ ଆଗରେ ଲୁଟେରା ଦେଖାଇଲେ ଡେମୋ।

୮-୧୧ ମାସ ପରେ ଆରମ୍ଭ ହେଲା ବାଇଶି ପାହାଚ ମରାମତୀ କାର୍ଯ୍ୟ, ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ମରାମତୀ।

୯-ଭୁବନେଶ୍ୱର:ଠିକା କର୍ମଚାରୀ ହରେଇଲେଣି ୧୦ ହଜାର କୋଟି,ସମାନ କାମକୁ ମିଳୁନାହିଁ ସମାନ ଦରମା।ଶୋଷୁଛନ୍ତି ସର୍ଭିସ୍ ପ୍ରୋଭାଇଡର୍।

୧୦-ଟୋକିଓ ଅଲମ୍ପିକ୍ସରେ ପଦକ ହରାଇଲା ଭାରତ, ବିନୋଦ କୁମାର ଅଯୋଗ୍ୟ ଘୋଷିତ।

୧୧-୧୫ ହଜାର କୋଟି ଟଙ୍କାର ସ୍ବଦେଶୀ ଅସ୍ତ୍ରଶସ୍ତ୍ର କିଣିବ ଭାରତ, ବାୟୁସେନାରେ ସାମିଲ ହେବ ଅତ୍ୟାଧୁନିକ ଆକାଶ ମିସାଇଲ ଏବଂ ଧ୍ରୁବ୍‌ ହେଲିକପ୍ଟର।

୧୨-କାବୁଲରେ ଘନ ଘନ ରକେଟ୍ ମାଡ଼,ଆଇଏସ୍ ର ଛ’ ରକେଟ୍ ଖସାଇଲା ଆମେରିକା।

Leave A Reply

Your email address will not be published.