ଆଜିର ମୁଖ୍ୟ ଖବର

0

୧-ଛାତ୍ରଛାତ୍ରୀଙ୍କ ବହୁମୁଖୀ ପ୍ରତିଭାକୁ ଚିହ୍ନିବାରେ ଶିକ୍ଷକମାନଙ୍କର ବଡ ଭୂମିକା ରହିଛି -ରାଷ୍ଟ୍ରପତି

୨-ଦୁଇ ଓଡିଆ ଶିକ୍ଷକ ଭଦ୍ରକର ଅଶୋକ କୁମାର ଶତପଥୀ ଏବଂ ଗଞ୍ଜାମ ଛତ୍ରପୁରର ଅଜିତ କୁମାର ସେଠୀ,ରାଷ୍ଟ୍ରପତିଙ୍କ ଠାରୁ ପାଇଲେ ଜାତୀୟ ଶିକ୍ଷକ ପୁରସ୍କାର।

୩-ଆଜିଠୁ ଖୋଲିବ ସମସ୍ତ ବୈଷୟିକ ଅନୁଷ୍ଠାନ। ସମସ୍ତ ଶ୍ରେଣୀର ଛାତ୍ର ଛାତ୍ରୀ ଆସି ଶ୍ରେଣୀ ଗୃହରେ ପାଠ ପଢିବେ।

୪-ସରିଲା ଯୁକ୍ତ ଦୁଇ ନାମଲେଖା ଆବେଦନ, ଅନଲାଇନ୍ ରେ ପଞ୍ଜିକରଣ କଲେ ୪ଲକ୍ଷ ୭୦ ହଜାର।୧୩ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା।

୫-୪୫ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଶର ଶ୍ରେଷ୍ଠ ମେକଅପ୍ ଆର୍ଟିଷ୍ଟ ହେଲେ ନବରଙ୍ଗପୁରର ବୋହୂ ରିଜୱାନା ବାନୋ।

୬-ଅନ୍ଧାରୁଆରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୧୦୦ କୋଟି।

୭-ସପ୍ତାହାନ୍ତ ସଟ୍‌ଡାଉନ୍‌ ହଟିବା ପରେ ପ୍ରଥମ ରବିବାର, ଜନଗହଳିରେ ଉଛୁଳିଲା ରାଜଧାନୀ, ଚାରିଆଡେ ଭୀଷଣ ଟ୍ରାଫିକ ଜାମ୍।

୮-ୟୂଜିସି ନେଟ୍ ପରୀକ୍ଷା ତାରିଖ ସଂଶୋଧିତ, ଅକ୍ଟୋବର ୬ରୁ୮ ଏବଂ ୧୭ରୁ ୧୯ପର୍ଯନ୍ତ ପରୀକ୍ଷା ଚାଲିବ।

୯-ଲଘୁଚାପ ପ୍ରଭାବରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା।୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣିଂ।

୧୦-ଟୋକିଓ ପାରାଲିମ୍ପିକ୍ସ: ଇତିହାସ ରଚିଲା ଭାରତ, ମିଳିଲା ୫ ସ୍ବର୍ଣ୍ଣ ସହ ୧୯ ପଦକ।

୧୧-ପାକିସ୍ଥାନରେ ତାଲିବାନଙ୍କ ଆତ୍ମଘାତୀ ବିସ୍ଫୋରଣ,୩ମୃତ ୨୦ ଆହତ।

୧୨-ରୋମାଞ୍ଚକର ମୋଡରେ ଓଭାଲ ଟେଷ୍ଟ: ଭାରତର ୪୬୬ ରନ ପରେ ଇଂଲଣ୍ଡର ଭଲ ଆରମ୍ଭ, ଶେଷ ଦିନରେ ଦରକାର ୨୯୧ ରନ।

Leave A Reply

Your email address will not be published.