ଆଜିର ମୁଖ୍ୟ ଖବର

0

୧. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ପର୍ବ କାର୍ଯ୍ୟକ୍ରମରେ ଏକ ନୂଆ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଯାହାର ନାମ ରହିଛି ‘ବିଦ୍ୟାଞ୍ଜଳୀ’।

୨. ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷା ଫଳ ପ୍ରକାଶିତ ।

୩. ଶିଖର-ଆୟଶାଙ୍କ ହେଲା ବିବାହ ବିଚ୍ଛେଦ, ଭାବୁକ ପୋଷ୍ଟ ଜରିଆରେ ସୂଚନା ଦେଲେ ପତ୍ନୀ ଆୟଶା ମୁଖାର୍ଜୀ ।

୪. ଆସନ୍ତାକାଲି ପୁଣି ବିଧାନସଭାରେ ଆସିବ ‘ଓବିସି’ ସଂରକ୍ଷଣ ସଂକଳ୍ପ ।

୫. ଟି୨୦ ବିଶ୍ୱକପ୍‌ରେ ନ ଖେଳିପାରନ୍ତି ଇଂଲଣ୍ଡର ଷ୍ଟାର ଖେଳାଳି । କାରଣ ଅଲରାଉଣ୍ଡରଙ୍କ ବ୍ୟକ୍ତିଗତ ନିଷ୍ପତ୍ତିକୁ ଆଗ୍ରାଧ୍ୟକାର ଦେଉଥିବା କହିଛନ୍ତି ଦଳର ମୁଖ୍ୟ କୋଚ୍‌ କ୍ରିସ ସିଲଭରଉଡ୍‌ ।

୬. ମୁଲ୍ଲା ହସନ ଅଖୁନ୍ଦ ହେଲେ ଆଫଗାନର ସର୍ବୋଚ୍ଚ ନେତା, ବାମିୟାମରେ ବୁଦ୍ଧଙ୍କ ମୂର୍ତ୍ତି ଭଙ୍ଗାରେ ଥିଲେ ଷଡଯନ୍ତ୍ରକାରୀ ।

୭. ଭାରତୀୟ ରେଳବାଇ ପକ୍ଷରୁ ସଂରକ୍ଷଣ ଟିକେଟ ଉପରେ ନୂଆ ନିୟମ ଲାଗୁ କରାଯାଇଛି । ନିୟମ ଅନୁସାରେ ସଂରକ୍ଷଣ ଟିକେଟକୁ ବାତିଲ କରି ଯାତ୍ରାର ଆଉ ଏକ ତାରିଖ ନେଇପାରିବେ । ଯାହା ଦ୍ୱାରା ଯାତ୍ରୀଙ୍କ କୌଣସି ଆର୍ଥିକ କ୍ଷତି ସହିବେ ନାହିଁ ।

୮. ରାଜ୍ୟ ସରକାରଙ୍କ ଦ୍ୱାରା ହାତୀ କରିଡ଼ର ନିର୍ମାଣ ହୋଇଥିବା ସତ୍ତ୍ୱେ ଖାମଖିଆଲି ନୀତି ଯୋଗୁ ରାଜ୍ୟରେ ସାଢ଼େ ୩ବର୍ଷରେ ୨୮୨ଟି ହାତୀ ପ୍ରାଣ ହରାଇଛନ୍ତି । ଏହି ଅବଧି ମଧ୍ୟରେ ୨ଟି ମହାବଳ ବାଘ ଓ ୧୫ଟି ଚିତା ବାଘଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

୯. ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନରେ କଂଗ୍ରେସ ପକ୍ଷରୁ ଭବାନୀପୁର ଆସନରେ କାହାକୁ ପ୍ରାର୍ଥୀ କରାଯିବନି । ଏହି ଆସନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଟିଏମସିରୁ ପ୍ରାର୍ଥୀ ହେବେ । ତେଣୁ କଂଗ୍ରେସ ତାଙ୍କ ବିରୋଧରେ କୌଣସି ପ୍ରାର୍ଥୀ ଦେବନାନାହିଁ ।

୧୦. ସ୍କୁଲ ପିଲାଙ୍କ ପାଇଁ ବଡ ଖବର । ମାସ୍କ ବିନା, ସ୍କୁଲ ପ୍ରବେଶ ମନା । ସ୍କୁଲ ପାଇଁ ପୁଣି ଜାରି ହେଲା ଗାଇଡଲାଇନ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି । ମାସ୍କ ବିନା ସ୍କୁଲରେ ପ୍ରବେଶ କରିପାରିବେନି ପିଲା । ସ୍କୁଲ ଆସୁଥିବା ସମସ୍ତ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

୧୧. ରାଜଧାନୀରେ ମାଳମାଳ ‘ନୂଆଁଖାଇ ହୋର୍ଡିଂ’, ପାୱାର ଶୋ’ କଲେ ଶ୍ରୀମୟୀ ।

୧୨. ପଂଜଶୀରରେ ଶେଷ ହୋଇନି ଯୁଦ୍ଧ । ତାଲିବାନ ବିରୋଧରେ ସରିନି ବିଦ୍ରୋହୀ ସେନାଙ୍କ ଲଢେଇ । ସୋମବାର ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଘୋଷଣା କରି କହିଥିଲେ ଯେ, ପଂଜଶୀର ଉପରେ ତାଲିବାନ ଦଖଲ କରିଛି ।

୧୩. ଫାଷ୍ଟ-ମୁଭିଙ୍ଗ କଞ୍ଜ୍ୟୁମର ଗୁଡ୍ସ(ଏଫଏମସିଜି) କ୍ଷେତ୍ରର ପ୍ରମୁଖ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍(ଏଚୟୁଏଲ) ଗାଧୋଇବା ଏବଂ କପଡା ସଫା କରାଯାଉଥିବା ସାବୁନ, ସର୍ଫ ଏବଂ ଅନ୍ୟ ଉତ୍ପାଦର ଦାମ ବଢାଇଛନ୍ତି ।

୧୪. କୃଷକ ସଂଗଠନ ଦ୍ଵାରା ସେପ୍ଟେମ୍ବର ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ଦେଶର ୧୦ ଟି ବଡ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ସମର୍ଥନ ଘୋଷଣା କରିଛନ୍ତି ।

୧୫. ଇଣ୍ଡିଗୋ ଫ୍ଲାଇଟ୍ : ଇଣ୍ଡିଗୋ ବିମାନ ଇଞ୍ଜିନରେ ପଶିଲା ପକ୍ଷୀ, ଇଞ୍ଜିନ ବ୍ଲେଡ୍ ଭାଙ୍ଗିଲା, ଗୌହାଟିରେ ଏମରଜେନ୍ସି ଲ୍ୟାଣ୍ଡିଂ ପରେ ଏୟାର କ୍ରାଫ୍ଟ ବଦଳାଗଲା ।

୧୬. ପାକିସ୍ତାନ..ଗୋ ବ୍ୟାକ୍ । ଆଫଗାନିସ୍ତାନ ମାଟିରେ ପାକିସ୍ତାନ ବିରୋଧୀ ବିକ୍ଷୋଭ ଓ ନାରାବାଜି ।

୧୭. ଅସ୍ତ୍ରୋପଚାର କାଳରେ ଯଦି କୌଣସି ରୋଗୀଙ୍କର ମୃତ୍ୟୁ ହୁଏ ଏହାକୁ ସ୍ୱତଃ ଡାକ୍ତରଙ୍କ ଅହବେଳା କୁହାଯାଇ ନପାରେ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି ।

୧୮. ଅବହେଳା ଦେଖିଲେ କିମ୍ବା କୋଭିଡ୍ ନିୟମ ପାଳନରେ ଅବହେଳା କଲେ ଲକ୍‌ଡାଉନ୍ ହେବ । ଏଭଳି ସତର୍କବାଣୀ ସହ ଚେତେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୧୯. ଗୁଗଲ ଓ ଫେସବୁକ୍‌କୁ ୨୫ଟି ଭିନ୍ନଭିନ୍ନ ୱେବସାଇଟ, ଆକାଉଣ୍ଟ ଓ ପେଜ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

୨୦. ପ୍ରାଇମେରୀ ସ୍କୁଲକୁ ପ୍ରଥମେ ଖୋଲିବାକୁ ନିଆଯାଉ ପଦକ୍ଷେପ । ସ୍କୁଲ ଖୋଲିବା ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଲେ ବିଶେଷଜ୍ଞ ।

୨୧. ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ସରକାର ଧ୍ୟାନ ଦେଉନାହାଁନ୍ତି, ଆଗକୁ ଘୁଞ୍ଚାନ୍ତୁ NEET ପରୀକ୍ଷା : ରାହୁଲ ।

୨୨. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୦୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୮ ହଜାର ୫୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୮୦୫ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୯୯ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୬୨ କୁ ବୃଦ୍ଧି ହୋଇଛି ।

Leave A Reply

Your email address will not be published.