ଆଜିର ମୁଖ୍ୟ ଖବର

0

୧-ବିପର୍ଯ୍ୟୟ ମୁକାବିଲାର ମାଷ୍ଟର ବନିଲା ଓଡ଼ିଶା । ଓଡ଼଼ିଶାର ମଡ଼େଲକୁ ଆପଣେଇଲେ ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ।

୨-ପ୍ରକାଶ ପାଇଲା OJEE ରେଜଲ୍ଟ୍, ୪୯ ହଜାର ୨୭୯ ଜଣଙ୍କୁ ମିଳିଛି ରାଙ୍କ୍।ବି ଟେକ୍ ରେ ପିୟୁଷ ଚାନ୍ଦୁକା ପ୍ରଥମ।

୩-ଭୁବନେଶ୍ୱର:୭ରୁ ବିଏଡ୍,ବିପିଏଚଇଡି, ପ୍ରବେଶିକା ପରୀକ୍ଷା ଆରମ୍ଭ।

୪-ରାଜ୍ୟରେ ଟିକାକରଣ ୩ କୋଟି ଟପିଲା।ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୫-ବୁର୍ଲା ଭିସୁଟରେ ରାଗିଙ୍ଗ ପ୍ରସଙ୍ଗ: ୨ ଛାତ୍ରଙ୍କୁ ୨ ବର୍ଷ ଓ ୧୦ ଛାତ୍ରଙ୍କୁ ବର୍ଷେ ବିଶ୍ୱବିଦ୍ୟାଳୟରୁ ବହିଷ୍କାର।

୬-ଝାରସୁଗୁଡାରେ ଇଏସଆଇସି ଉପ ଆଂଚଳିକ କାର୍ଯ୍ୟାଳୟ ଖୋଲିବାକୁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର।

୭-ମୁଣ୍ଡଳି ବୋଟ୍ ଟ୍ରାଜେଡିର ଚାଲିଛି ତଦନ୍ତ, କେଉଁଠି ତ୍ରୁଟି ରହିଲା ଖୁବ୍ ଶୀଘ୍ର ଜଣାପଡିବ: ପିସିସିଏଫ୍‌।

୮-ଆଜି ପିପିଲି ଉପନିର୍ବାଚନ । ବିଧାୟକ ବାଛିବେ ପିପିଲିବାସୀ, ସକାଳ ୭ରୁ ମତଦାନ।

୯-ବଳଙ୍ଗା ଥାନା ବିସ୍ଫୋରଣରେ ବଳି ପଡିଲେ ଏସଆଇ । ମହିଳା ହାଜତରେ ରଖାଯାଇଥିଲା ଡିନାମାଇଟ୍, ସବ ଇନ୍ସପେକ୍ଟର ତଅପୋଇ ନାୟକ ସସପେଣ୍ଡ ।

୧୦-ପ୍ରଥମର ଥର ପାଇଁ କିମ୍‍ସରେ ସଫଳ ହେଲା କିଡ୍‍ନୀ ପ୍ରତ୍ୟାରୋପଣ, ସୁସ୍ଥ ହୋଇ ଘରକୁ ଫେରିଲେ ଯୁବକ। ସଂପୃକ୍ତ ଯୁବକଙ୍କୁ ତାଙ୍କ ମାଆ ହିଁ ନିଜ କିଡନୀ ଦାନ କରିଛନ୍ତି ।

୧୧-କେନ୍ଦ୍ର କ୍ୟାବିନେଟ ବୈଠକ : ୧.୩୧ ଲକ୍ଷ କୋଟି ଟଙ୍କାର ପିଏମ ପୋଷଣ ଯୋଜନାକୁ ସବୁଜ ସଙ୍କେତ।

୧୨-ପଞ୍ଜାବ ରାଜନୀତିରେ ନୂଆ ଟ୍ୱିଷ୍ଟ । ଅମିତ ଶାହାଙ୍କୁ ଭେଟିବାକୁ ଗଲେ ଅମରିନ୍ଦର ସିଂହ ।

୧୩-ନବରାତ୍ରୀରେ କେଦାରନାଥ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ! ଚାଲିଛି ଜୋରଦାର ପ୍ରସ୍ତୁତି ।

Leave A Reply

Your email address will not be published.