ଆଜିର ମୁଖ୍ୟ ଖବର

0

୧-ସ୍କୁଲ ବନ୍ଦ ଯୋଗୁଁ ବଢ଼ିଲା ଘରୋଇ ଟ୍ୟୁସନ । କରୋନା କାଳରେ ଆସିଲା ‘ଅସର’ ରିପୋର୍ଟ, ବଢ଼ିଛି ସ୍ମାର୍ଟଫୋନର ବ୍ୟବହାର ।

୨-ଓଡ଼ିଶାରେ ଲମ୍ବିଛି ଅନଲାଇନରେ ଶିଶୁ ଯୌନ ନିର୍ଯାତନା ଭିଡିଓର ଚେର । ସିବିଆଇ ଚଢ଼ାଉ ପରେ ଖୋଲୁଛି ଗୁମର ।

୩-ବିଜୟରୁ ରୋହିତ-ଦ୍ରାବିଡ ଯୁଗର ଆରମ୍ଭ, ରୋମାଞ୍ଚକର ମ୍ୟାଚ୍‌ରେ କିଓ୍ଵିକୁ ଦଳକୁ ୫ ଓ୍ଵିକେଟ୍‌ରେ ହରାଇଲା ଭାରତ ।

୪-‘ଜୟ ଭୀମ’ ସିନେମାକୁ ନେଇ ଥମୁନାହିଁ ବିବାଦ । ଅଭିନେତା ସୂର୍ଯ୍ୟା ଶିବକୁମାରଙ୍କୁ ଆକମ୍ରଣ ଧମକ, ବଢିଲା ସୁରକ୍ଷା

୫-ମମିତା ହତ୍ୟା ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ଓ ଗିରଫ ଦାବିରେ ବିଜେପିର ଦସ୍ତଖତ ଅଭିଯାନ । ଦିବ୍ୟଶଙ୍କର କହିଲେ, ଯାଇନାହାନ୍ତି ସନସାଇନ୍ ସ୍କୁଲ, ଯାଆନ୍ତି ମହାଲିଙ୍ଗ କଲେଜ ।

୬-ଓଡ଼ିଶାର ୩୯୩୩ ଗାଁକୁ ମିଳିବ ହାଇସ୍ପିଡ ଇଣ୍ଟରନେଟ୍ ।

୭-ୟୁରେକା ପାର୍କ ଫେଜ୍‌-୨ର ଘୋଷଣା କଲା ଟାଟା ହାଉସିଂ, ଖର୍ଚ୍ଚ ହେବ ୬୦୦ କୋଟି ଟଙ୍କା ।

୮-ରାଜ୍ୟ ସରକାର ୨୦୨୨ ମସିହା ପାଇଁ ଆଜି ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ତାଲିକା ଘୋଷଣା କରିଛନ୍ତି। ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ନିଶ୍ଚିତ ୧୦୪ଦିନ ଛୁଟି ପାଇପାରିବେ।

୯-ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିବସକୁ ଛୁଟିଦିନ ଘୋଷଣା କଲେ ରାଜ୍ୟ ସରକାର । ମେ’ ୧୬ ଜନ୍ମ ଦିବସକୁ ଛୁଟିଦିନ ଭାବେ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ।

୧୦-ବିଧାୟକ ସୁର ରାଉତରାୟ ଏବଂ ପତ୍ନୀ କରୋନା ଆକ୍ରାନ୍ତ, ପରିବାର ପକ୍ଷରୁ ସୂଚନା ।

୧୧-ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ପରମ ବୀର ସିଂଙ୍କୁ ‘ଘୋଷିତ ଅପରାଧୀ’ ଘୋଷଣା କଲେ ଅଦାଲତ ।

୧୨-ଓଡ଼ିଶା ସମେତ ୫ ରାଜ୍ୟର ୭,୦୦୦ରୁ ଅଧିକ ଗ୍ରାମରେ ୪ଜି ମୋବାଇଲ୍‌ ସେବା ଯୋଗାଇବ କେନ୍ଦ୍ର ।

୧୩-ଲଖିମପୁର ହିଂସା: ତଦନ୍ତର ତଦାରଖ କରିବେ ଜଷ୍ଟିସ୍‌ ରାକେଶ କୁମାର ଜୈନ୍‌ ।

୧୪-ମିଶନ୍ ଶକ୍ତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ମିଶନ୍ ଶକ୍ତିର ମା’ ମାନଙ୍କୁ ଅଧିକ ସରକାରୀ କାମ ଦେବାକୁ ନିର୍ଦ୍ଦେଶ ।

୧୫-ଚିଲିକାରେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ: ବାର୍ଡ଼ ଫ୍ଲୁ ରୋକିବା ଲାଗି ପକ୍ଷୀମାନଙ୍କଠାରୁ କଲେ ନମୁନା ସଂଗ୍ରହ .

୧୬-ରାଜ୍ୟରେ ପ୍ରଥମ: ତାରିଣୀ ମାତା ମନ୍ଦିର ପ୍ରସାଦକୁ ଏଫଏସଏସଏଆଇ ମାନ୍ୟତା ।

୧୭-ଗାଙ୍ଗୁଲି ଆଇସିସି ପୁରୁଷ କ୍ରିକେଟ କମିଟିର ନୂତନ ଅଧ୍ୟକ୍ଷ ।

୧୮-୨୦୧୭ ତୁଳନାରେ କମିଲା ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ କୋଟା । ୧୨୫ଟି ସିଟ୍ ହରାଇଲେ ପଛୁଆ ବର୍ଗ ।

୧୯-ଆମଦାନୀ ନିର୍ଭରତା କମ କରିବା ଉପରେ ଜୋର, ଅର୍ଥମନ୍ତ୍ରୀଙ୍କ ପରାମର୍ଶ- ରିସ୍କ ଉଠାଇ ପୁଞ୍ଜି ଓ ରୋଜଗାର ବଢାନ୍ତୁ ଉଦ୍ୟୋଗ ।

୨୦-ଦିଲ୍ଲୀରେ ବାୟୁ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ । ପ୍ରଦୂଷଣ ନିୟନ୍ତ୍ରଣ ନେଇ ପୁଣି କଲେ ତାଗିଦ୍ ।

Leave A Reply

Your email address will not be published.