ଓଡ଼ିଆ ନ୍ୟୁଜ୍: ଆସନ୍ତା ଅକ୍ଟୋବର ୬ ତାରିଖରୁ ସୁରତ (ଉଧନା)କୁ ଟ୍ରେନ୍ ସେବା ଆରମ୍ଭ।ଏଣିକି ସୁରତକୁ ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସର ନିୟମିତ ସେବା। ଅକ୍ଟୋବର ୬ରୁ ପ୍ରତି ସୋମବାର ରାତି ୧୧ଟା ୪୫ରେ ବ୍ରହ୍ମପୁରରୁ ଛାଡ଼ିବ।ପରଦିନ ଅର୍ଥାତ ମଙ୍ଗଳବାର ସକାଳ ୮ଟା ୪୫ରେ ଉଧନାରେ ପହଞ୍ଚିବ ଟ୍ରେନ୍।
ପ୍ରତି ରବିବାର ସକାଳ ୭ଟା ୧୦ରେ ଉଧନା ଛାଡିବ ଅମୃତ ଭାରତ ଏକ୍ସପ୍ରେସ୍।ପ୍ରତି ସୋମବାର ଅପରାହ୍ନ ୧ଟା ୫୫ ମିନିଟ୍ରେ ବ୍ରହ୍ମପୁରରେ ପହଞ୍ଚିବ ଟ୍ରେନ୍।ପଲାସା, ବିଜୟନଗରମ୍, ରାୟଗଡ଼ା, ଟିଟିଲାଗଡ଼ ଷ୍ଟେସନରେ ଟ୍ରେନ୍ର ରହଣି। ରାୟପୁର, ନାଗପୁର, ଭୁସାୱାଲ ଓ ନନ୍ଦୁରବାର ଷ୍ଟେସନରେ ମଧ୍ୟ ରହିବ ଟ୍ରେନ୍।