ଗୋପିନାଥ ବିଦ୍ୟା ମନ୍ଦିର ପ୍ରତିଷ୍ଠାତାଙ୍କ ଶ୍ରଦ୍ଧାଞ୍ଜଳି ସଭା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡଚଣା ବ୍ଲକ ଅନ୍ତର୍ଗତ ଚାରିନଙ୍ଗଳ ପଞ୍ଚାୟତ ବାହାଦୁର ନଗର ଗ୍ରାମର ଗୋପିନାଥ ବିଦ୍ଯାମନ୍ଦିରର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଶୈଳେନ୍ଦ୍ର ନାରାୟଣ ସାମଲଙ୍କ ଦ୍ବାଦଶାହ କ୍ରିୟା ଅବସରରେ ଏକ ସ୍ମୃତି ଚାରଣ ସଭା ତାଙ୍କ ବାସଭବନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ୧୧ଘଟିକା ସମୟରେ ବଡଚଣା ବ୍ଲକ କଂଗ୍ରେସ ନେତା ଅଜୟ କୁମାର ସାମଲ ଙ୍କ ସଞ୍ଚାଳନ ରେ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଶୈଲେନ୍ଦ୍ର ବାବୁଙ୍କ ସ୍ମୃତି ରେ ସ୍ମରଣିକା “ସ୍ମୃତି ଲିପି” ଉନ୍ମୋଚନ କରି ଏକାଧାରରେ ଶୈଳେନ୍ଦ୍ର ବାବୁ ଜଣେ ସମବାୟ ବିତ ଶିକ୍ଷା ସଂସ୍କାରକ ଓ ଉତ୍ସର୍ଗୀକୃତ ଜନନେତା ଭାବେ ବର୍ଣ୍ଣନା କରି ତାଙ୍କ ପ୍ରତି ଭାବାବେଗପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବଡଚଣା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଭାକର ଶତପଥୀ ଯୋଗଦେଇ ସ୍ବର୍ଗତ ସାମଲ ହେଉଛନ୍ତି ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ନାତି ସେ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ଯ ପିତା ଶିକ୍ଷାବିତ ଗୋପିନାଥ ସାମଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିକ୍ଷାର ପ୍ରଚାର ଓ ପ୍ରସାର କରିବା ସହିତ ଶିକ୍ଷାନୁଷ୍ଠାନ ଗଢି ତୋଳିବା ଏବଂ ଅନେକ ରାଜନେତାଙ୍କୁ ତିଆରି କରିବା ରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସମାଜ ସେବୀ ଭାବେ ପୂର୍ବତନ ମନ୍ତ୍ରୀ ସିତାକାନ୍ତ ମହାପାତ୍ର ଙ୍କ ସହିତ ଦୀର୍ଘ ଦିନ କାର୍ଯ୍ୟ କରି ବଡଚଣା ଅଞ୍ଚଳରେ ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିଲେ। ଚାରିନଙ୍ଗଳ ସେବା ସମବାୟ ସମିତି ର ତିନି ଥର ସଭାପତି ରହି ଚାଷି ମାନଙ୍କ ସମସ୍ୟା କୁ ସମାଧାନ କରିବାରେ ସହାୟକ ହୋଇଥିଲେ। ବାଲିଚନ୍ଦ୍ରପୁର ଠାରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଖୋଲିବା ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ପ୍ରାରମ୍ଭିକ ସୁଚନା ଓ ସଭାର ଉଦ୍ଦେଶ୍ଯ ସମ୍ପର୍କରେ କହିଥିଲେ ଆକାଶ ବାଣି କଟକ ର ପ୍ରାକ୍ତନ ସହ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାମଲ।

ଅନ୍ୟମାନଙ୍କ ମଧ୍ୟରେ ଇଞ୍ଜିନିୟର ସୁଶାନ୍ତ ବଳ ଶିକ୍ଷକ ରଞ୍ଜନ କୁମାର ପଣ୍ଡା ଚାରିନଙ୍ଗଳ ସେବା ସମବାୟ ସମିତିର ସଭାପତି ପ୍ରତାପ ନାୟକ ଶିକ୍ଷାବିତ୍ ବାଇଧର ଜେନା ନିରଞ୍ଜନ ଦଳାଇ କରୁଣାକର ରଣା ପ୍ରାକ୍ତନ ସମିତି ସଭ୍ୟ ବଟକୃଷ୍ଣ ଦାସ ଶିକ୍ଷାବିତ୍ ଉମାକାନ୍ତ ବଳ ଡକ୍ଟର ଭାଗ୍ଯଧର ସାହୁ ଅଧ୍ଯାପକ ଯଚିନ୍ଦ୍ର କୁମାର ରାଉତ କବି ନିରଞ୍ଜନ ଜେନା କବି ରୁଦ୍ର ପ୍ରସନ୍ନ ସାମଲ ଡକ୍ଟର ପଦ୍ମଚରଣଙ୍କ ଧଳ କିଶୋର ଦାସ ଶିକ୍ଷାବିତ୍ ଦୀନବନ୍ଧୁ ବେହେରା ଅଜିତ କୁମାର ମହାନ୍ତି ପ୍ରାକ୍ତନ୍ ସରପଞ୍ଚ ରିଆସତ ଅଲ୍ଲୀ ଦେବେନ୍ଦ୍ର କୁମାର ସାମଲ ସୁରମୋହନ ମହାପାତ୍ର କବି ଭକ୍ତ ଚରଣ ସାହୁ ରବିନ୍ଦ୍ର କୁମାର ସାମଲ ରମେଶ ସାମଲ ବ୍ଲକ କଂଗ୍ରେସ ସଭାପତି ସୁରେଶ ସାହାଣୀ ସଞ୍ଜୟ ରାୟ ସାରଦା ପ୍ରସାଦ ମହାନ୍ତି କେଶବ ରାୟ ତପନ ସାମଲ ଉମେଶ ଚନ୍ଦ୍ର ସାମଲ ନିରଞ୍ଜନ ଦଳାଇ ଶିକ୍ଷକ ଦିଲିପ କୁମାର ଦାସ ସରୋଜ ସାମଲ ପ୍ରଦୀପ୍ତ ସାମଲ ଶିକ୍ଷକ ରଞ୍ଜନ କୁମାର ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରି ଥିଲେ। ପ୍ରାରମ୍ଭରେ ତାଙ୍କ ଆତ୍ମାର ସଦ୍ ଗତି ନିମନ୍ତେ ଶ୍ଲୋକ ପାଠ କରିଥିଲେ ନରେନ୍ଦ୍ର ନାୟକ। ଧନ୍ୟବାଦ ଅର୍ପଣ କରିଥିଲେ ସଭା ର ଅନ୍ୟତମ ଉଦ୍ୟୋକ୍ତା ପ୍ରାକ୍ତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ। ଏହି ସଭାକୁ ପରିଚାଳନା ରେ ପୁତ୍ର ସନ୍ଦିପ ସାମଲ ସିଦ୍ଧାର୍ଥ ସାମଲ କାଳୀ କିଙ୍କର୍ ସାମଲ ବିଶ୍ଵ ପ୍ରକାଶ ସାମଲ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.