ଚୋରଙ୍କ ଚ୍ୟାଲେଞ୍ଜ୍: ସ୍କୁଲରୁ କମ୍ପ୍ୟୁଟର ଓ ପ୍ରିଣ୍ଟର ଚୋରି କରିବାପରେ ବ୍ଲାକ୍ ବୋର୍ଡରେ ଲେଖିଲେ ଧୂମ୍ ୪ କମିଙ୍ଗସୁନ୍

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଚୋରଙ୍କ ଧୁମ୍‌ ଫିଲ୍ମ ଷ୍ଟାଇଲ । ସାମଗ୍ରୀ ଚୋରି କଲେ ଓ ଯିବା ପୂର୍ବରୁ ଚୋର ମାନେ ବ୍ଲାକ୍‌ ବୋର୍ଡରେ ଲେଖିଲେ ଇଟସ ମି ଧୁମ-୪, କମିଙ୍ଗ୍‌ ସୁନ୍‌ l ସ୍କୁଲ ପିଲା ଧରିପାରିଲେ ଧର । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀ ସ୍ଥିତ ଖାତିଗୁଡ଼ା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟର ମୁଖ୍ୟ ଫାଟକର ଚାବି ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର୍‌ କମ୍‌ ଜେରକ୍ସ ମେସିନ୍‌, ସାଉଣ୍ଡ ବକ୍ସ, କୋଡ, ମାଉଥ ମେସିନ ଚୋରି କରିଥିଲେ । ଚୋରି କରି ଚମ୍ପଟ ମାରିବା ପୂର୍ବରୁ ଦୁର୍ବୃତ୍ତ ପୋଲିସ ତଥା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ବ୍ଳାକ୍‌ ବୋର୍ଡରେ ଇଟସ୍‌ ମି ଧୁମ-୪ ଲେଖିଥିଲେ ।

nabarangpur

ଏପରିକି ଦୁର୍ବୃତ୍ତମାନେ କମିଙ୍ଗ୍‌ ସୁନ୍‌, ସ୍କୁଲ ପିଲା ଧରିପାରିଲେ ଧର ଏବଂ ଆମେ ପୁଣି ଆସିବୁ ବୋଲି ଲେଖି ଚାଲି ଯାଇଥିଲେ । ଏଥିସହ ବ୍ଲାକ ବୋର୍ଡରେ କିଛି ମୋବାଇଲ ନମ୍ବର୍‌ ଲେଖିଛନ୍ତି । ଏଥିରେ ସ୍କୁଲ ଶିକ୍ଷକଙ୍କ ନମ୍ବର ମଧ୍ୟ ରହିଛି । ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଖାତିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । ଘଟଣା ସ୍ଥଳରେ ସାଇଁଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ପୋଲିସ ତଦନ୍ତ ଜାରିରଖିଛି ।

Leave A Reply

Your email address will not be published.