ବିଧାନସଭା ତଳେ ଠାବ ହେଲା ସୁଡଙ୍ଗ, ଲାଲକିଲ୍ଲା ପର୍ଯ୍ୟନ୍ତ ଯାଇଛି ଏହି ଗୁପ୍ତରାସ୍ତା

0

ଦିଲ୍ଲୀ ବିଧାନସଭାରେ ଗୁରୁବାର ଦିନ ଏକ ସୁଡ଼ଙ୍ଗ ଠାବ ହୋଇଛି । ବିଧାନସଭା ଅଧ୍ୟକ୍ଷ ରାମ ନିବାସ ଗୋୟଲ୍ କହିଛନ୍ତି ଯେ, ବିଧାନସଭା ଓ ଲାଲକିଲ୍ଲାକୁ ଏହି ସୁଡଙ୍ଗ ଯୋଡ଼ୁଛି । ସୁଡ଼ଙ୍ଗଟି ବ୍ରିଟିଶ୍ ଶାସନକାଳର ବୋଲି ଜଣାପଡ଼ିଛି । ସେହି ସମୟରେ ବ୍ରିଟିଶ୍ ମାନେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସେହି ରାସ୍ତା ନେଇ ସ୍ଥାନାନ୍ତରୀତ କରୁଥିଲେ ।

ରାମ ନିବାସ ଗୋୟଲ୍ କହିଛନ୍ତି ଯେ, ୧୯୯୩ରେ ଏହି ସୁଡ଼ଙ୍ଗକୁ ନେଇ ଅନେକ ଗୁଡ଼ିଏ ଗୁଜବ ଉଠୁଥିଲା ଓ ଏହି ସୁଡ଼ଙ୍ଗ ଲାଲକିଲ୍ଲା ପର୍ଯ୍ୟନ୍ତ ଯୋଡ଼ିଥିଲା । ହେଲେ ଏହାର ଇତିହାସର ସ୍ପଷ୍ଟତା ସମ୍ପର୍କରେ ଜଣାପଡ଼ିନାହିଁ । ସେ କହିଛନ୍ତି ଯେ, ଏହାକୁ ଆଉ ଆଗକୁ ଖୋଳାଯିବ ନାହିଁ । କାରଣ ଅନ୍ୟ ରାସ୍ତା ଗୁଡ଼ିକ ଅନେକ ବର୍ଷ ହୋଇଯାଇଥିବାରୁ ନଷ୍ଟ ହୋଇଯାଇଛି ।

Leave A Reply

Your email address will not be published.