ପଗଡି ହିଜାବର ବରାବର ନୁହେଁ: ସୁପ୍ରିମକୋର୍ଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଗଡ଼ି ଓ ହିଜାବକୁ ନେଇ ପୁଣି ଆରମ୍ଭ ହୋଇଛି ବିବାଦ । ଏହି ବିବାଦ ଶେଷରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ପଗଡି ହିଜାବର ବରାବର ନୁହେଁ ଏବଂ ଏହା ଧାର୍ମିକ ନୁହେଁ। ଏହାର ତୂଳନା ହିଜାବ ସହ କରାଯାଇ ପାରିବ ନାହିଁ। ବିଚାରପତି ହେମନ୍ତ ଗୁପ୍ତା ଏବଂ ବିଚାରପତି ସୁଧାଂଶୁ ଧୂଲିଆଙ୍କ ପୀଠ ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ନିଷ୍ପତ୍ତି ବିରୋଧରେ ଆଗତ ଯାଚିକା ଉପରେ ଶୁଣାଣି କରିଛନ୍ତି। କର୍ଣ୍ଣାଟକ ହାଇକୋର୍ଟ ମାର୍ଚ୍ଚ ୧୫ରେ ରାଜ୍ୟର ସ୍କୁଲ ଏବଂ କଲେଜରେ ହିଜାବ ପିନ୍ଧିବା ଉପରେ କଟକଣା ଲଗାଇଥିଲେ।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ଧାଓ୍ଵନ କହିଛନ୍ତି ସୁପ୍ରିମକୋର୍ଟରେ ଜଣେ ଜଜ୍ ଥିଲେ, ଯିଏ ତିଳକ ଲଗାଉଥିଲେ ଏବଂ ପଗଡି ପିନ୍ଧୁଥିଲେ। କୋର୍ଟ ନମ୍ବର-୨ରେ ଏକ ଫଟୋ ମଧ୍ୟ ଲାଗିଛି, ଯେଉଁଥିରେ ଜଜଙ୍କୁ ପଗଡି ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ପ୍ରଶ୍ନ କରିଛନ୍ତି ଯେ, କଣ ମହିଳାଙ୍କୁ ଡ୍ରେସ୍ କୋଡର ପାଳନ କରିବା ଉଚିତ୍ ଯାହା ସରକାର ନିର୍ଦ୍ଧାରିତ କରିଛନ୍ତି।

Leave A Reply

Your email address will not be published.