ଗୁଡ଼ି ସୂତା ଲାଗି ଦୁଇ ଆହତ

0

ଓଡ଼ିଆ ନ୍ୟୁଜ୍: ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡ଼ି ଉଡ଼ାଉଥିବା ବେଳେ ଏଥିରେ ବ୍ୟବହୃତ ପ୍ଲାଷ୍ଟିକ ଚାଇନିଜ ମାଞ୍ଜା ସୂତା ଲାଗି ଦୁଇଜଣ ଆହତ ହେଇଛନ୍ତି। କଟକରେ ଗୁଡ଼ି ସୂତା ଲାଗି ଜଣଙ୍କର ବେକ, ହାତ କଟିଥିବା ବେଳେ ଅନ୍ୟ ଜଣଙ୍କର ମୁହଁ କଟିଥିବା ଘଟଣା ସାମ୍ନାକୁ ଆସିଛି। ଆହତଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ମେଡ଼ିକାଲକୁ ପଠାଯାଇଛି। ନୂଆବଜାର ରେଳଓ୍ବେ ଓଭରବ୍ରିଜ୍ ଉପରେ ଚାଇନିଜ୍ ପ୍ଲାଷ୍ଟିକ୍ ଗୁଡି ସୂତା ଲାଗି ଯିବାରୁ ଉଭୟ ଆହତ ହୋଇଛନ୍ତି।

ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରିଦିଆଯାଇଥିବାବେଳେ ଅନ୍ୟ ଜଣେ ଏସସିବିରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଗୁଡି ସୂତା ଲାଗି ତ୍ରିଶୁଳିଆରେ ଜଣେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.