ମାଧ୍ୟମିକ ଶିକ୍ଷା ‌ବୋର୍ଡର ବଡ଼ ପଦକ୍ଷେପ, ରୋକାଯିବ ପ୍ରଶ୍ନପତ୍ର ଭାଇରାଲ୍ !

0

ଓଡ଼ିଆ ନ୍ୟୁଜ୍: ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ‌ବୋର୍ଡର ବଡ଼ ପଦକ୍ଷେପ। ତେବେ ମାଟ୍ରିକ୍ ପ୍ରଶ୍ନପତ୍ରରେ ଏଣିକି ବାରକୋଡ୍ ରହିବ। ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଚଳିତ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମ୍ବରିଂ ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ରକୁ ନମ୍ବରିଂ କରାଯିବା ସହ ଏଥିରେ ୱାଟର ମାର୍କ ଲାଗିବ।

ବାର୍ କୋର୍ଡ ସହ ସିକ୍ୟୁରିଟି କୋର୍ଡ ମଧ୍ୟ ରହିବ। ଫଳରେ ପ୍ରଶ୍ନପତ୍ର କେଉଁଠୁ ଭାଇରାଲ୍‌ ହୋଇଛି ତାହା ଜଣାପଡ଼ିବ। ତେବେ ଚଳିତ ମାଟ୍ରିକ୍‌ ପରୀକ୍ଷା-୨୦୨୫ ଆସନ୍ତା ଫେବୃଆରୀ ୨୧ ତାରିଖ ଠାରୁ ଆରମ୍ଭ ହୋଇ ଜାରି ରହିବ ମାର୍ଚ୍ଚ ୬ ତାରିଖ ଯାଏଁ।

Leave A Reply

Your email address will not be published.