ଡକ୍ଟର ଭି.ନାରାୟଣନ ISROର ନୂଆ ଅଧ୍ୟକ୍ଷ

0

ଓଡ଼ିଆ ନ୍ୟୁଜ୍: ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନ୍‌ ISROର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭି. ନାରାୟଣନ ଇସ୍ରୋର ମୁଖ୍ୟ ଭାବେ ଦୁଇ ବର୍ଷ ଧରି ଦାୟିତ୍ବରେ ରହିବେ। ଦେଶରେ କ୍ରାୟୋଜେନିକ ଇଞ୍ଜିନ ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଡକ୍ଟର ନାରାୟଣନଙ୍କର ଏକ ପ୍ରମୁଖ ସଫଳତା ହେଉଛି GSLV Mk III ଯାନର C25 କ୍ରିଏଜେନିକ୍ ପ୍ରୋଜେକ୍ଟ ପାଇଁ ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ଆଦିତ୍ୟ ମହାକାଶଯାନ, GSLV Mk-III ମିଶନ, ଚନ୍ଦ୍ରୟାନ-୨ ଏବଂ ଚନ୍ଦ୍ରାୟନ-୩ ପାଇଁ ସେ ପ୍ରପୁଲସନ ସିଷ୍ଟମରେ ମଧ୍ୟ ସହଯୋଗ କରିଥିଲେ। କ୍ରାୟୋଜେନିକ ଇଞ୍ଜିନିୟରିଂରେ ଏମଟେକ ସହ ଆଇଆଇଟି ଖଡ଼ଗପୁରରୁ ଏରୋସ୍ପେଶ ଇଞ୍ଜିନିୟରିଂରେ ପିଏଚଡି କରିଛନ୍ତି ଭି. ନାରାୟଣନ। ୧୯୮୪ରେ ସେ ଇସ୍ରୋରେ ଯୋଗ ଦେଇଥିଲେ। ୨୦୧୮ରୁ ସେ ଲିକ୍ୟୁଇଡ ପ୍ରପଲ୍ୟୁସନ୍ ସିଷ୍ଟମ ସେଣ୍ଟରର ନିର୍ଦ୍ଦେଶକ ଅଛନ୍ତି। ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଏସ୍. ସୋମନାଥ ୧୪ ଜାନୁଆରୀ ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏବେ ସେ ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।

ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୍‌-୧’ର ଲଞ୍ଚିଂ ସମୟରେ ଏସ୍‌. ସୋମନାଥଙ୍କୁ କ୍ୟାନ୍ସର ଜଣାପଡ଼ିଥିଲା।  ଲଞ୍ଚିଂ ପରେ ସୋମନାଥ ତାଙ୍କ ପେଟ ସ୍କାନ କରାଇଥିଲେ। ସେତେବେଳେ ରୋଗ ଜଣାପଡ଼ିଥିଲା। କିନ୍ତୁ ଅଧିକ ଯାଞ୍ଚ ଏବଂ ଚିକିତ୍ସା ପାଇଁ ସେ ଚେନ୍ନାଇ ଯାଇଥିଲେ। ସେଠାରେ ଜଣାପଡ଼ିଥିଲା ଯେ ଏହି ରୋଗ ତାଙ୍କୁ ଜେନେଟିକାଲି ମିଳିଛି। ତାଙ୍କୁ ଷ୍ଟୋମାକ୍‌ (ପେଟ) କର୍କଟ ହୋଇଥିଲା। କିଛି ଦିନ ମଧ୍ୟରେ ରୋଗ ନିଶ୍ଚିତ ହୋଇଥିଲା। ପରେ ସେ ସର୍ଜରୀ କରାଇଥିଲ । ପୁଣି ତାଙ୍କର କେମୋଥେରାପି ଚାଲିଥିଲା। ଚିକିତ୍ସା ଜାରି ରହିଛି ଏବଂ ସେ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଔଷଧ ଚାଲିଛି। ସେ ଜାଣନ୍ତି ଯେ କର୍କଟ ଚିକିତ୍ସା ପାଇଁ ବହୁତ ସମୟ ଲାଗିବ। ଏହା ଏକ ଲମ୍ବା ପ୍ରକ୍ରିୟା।

Leave A Reply

Your email address will not be published.