ହର୍ ଘର୍ ତ୍ରିରଙ୍ଗା ଅଭିଯାନ: ବିଜେପି ରାଜ୍ୟ କାର୍ଯ୍ୟାଳୟରେ “ଉଡ୍ ଉଡ୍‌ରେ ତ୍ରିରଙ୍ଗା” ଗୀତ ଉନ୍ମୋଚିତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସଂଗ୍ରାମୀ ଏବଂ ତାଙ୍କ ଜୀବନଶୈଳୀ ଓ ବିଚାରଧାରାକୁ ଆଜିର ଯୁବ ପୀଢିଙ୍କ ମଧ୍ୟରେ ଅବଗତ କରାଇବା ନିହାତି ଆବଶ୍ୟକ । ଆସନ୍ତା ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ତିନି ଦିନ ଧରି ‘ହର ଘର ତ୍ରିରଙ୍ଗା’ ବା ‘ଘରେ ଘରେ ତ୍ରିରଙ୍ଗା’ ଉତୋଳନ କରିବା ପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଓଡିଶାରେ ସଫଳ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମର ସୁପ୍ରଚାର ଓ ପ୍ରସାର ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ କୋରାପୁଟିଆ ଦେଶୀ ଗୀତ “ଉଡ୍ ତ୍ରିରଙ୍ଗା ଉଡ୍‌”କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଉନ୍ମୋଚନ କରିଛନ୍ତି ।

ବିଭୂତି ସ୍ୱାଇଁଙ୍କ ଦ୍ୱାରା ଲିଖିତ କୋରାପୁଟିଆ ଦେଶିଆ ଗୀତ ‘ଉଡ ତ୍ରିରଙ୍ଗା ଉଡ୍‌’କୁ ଅକ୍ଷୟ ଶେମୋର୍ଲିଆ କଂଠଦାନ କରିଥିବାବେଳେ ସଂଗୀତ ନିଦ୍ଦେର୍ଶନା ଦେଇଛନ୍ତି କାଳିଚରଣ ବାରା । ସେହିପରି ଏହି ଗୀତର ଓଡିଆ ସଂସ୍କରଣକୁ ନନ୍ଦିନୀ ଶତପଥୀ ଓ ନେହା କଂଠଦାନ କରିଛନ୍ତି । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବରିଷ୍ଠ ନେତା କେ.ଭି.ସିଂହଦେଓ, ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶିନୀ ଓ ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ଏବଂ କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.