ଦୁର୍ବଳ ହେଉଛି ଉଦ୍ଧବ ସରକାର: ଏମଭିଏରୁ ସମର୍ଥନ ପ୍ରତ୍ୟାହାର କଲା ସିନ୍ଦେ ଗୋଷ୍ଠୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଏହାରି ଭିତରେ ଆଜି ଏହି ବିବାଦ ସୁପ୍ରିମିକୋର୍ଟରେ ଶୁଣାଣି ଥିଲା । ସୁପ୍ରିମକୋର୍ଟରେ ଏକ ବଡ଼ ଖବର ଆସିଛି ଯେ, ମହାରାଷ୍ଟ୍ରରେ ସଂଖ୍ୟାଗରିଷ୍ଠତା ହରାଇଛି ମହା ବିକାଶ ଅଘାଡ଼ି(ଏମଭିଏ) ସରକାର। ଶିବସେନାର ପାର୍ଟିର ୩୮ ବିଦ୍ରୋହୀ ବିଧାୟକ ସେମାନଙ୍କ ସମର୍ଥନ “ଏମଭିଏ’ରୁ ପ୍ରତ୍ୟାହାର କରିନେଇ ଥିବା ସୁପ୍ରିମକୋର୍ଟରେ କହିଛନ୍ତି ଏକନାଥ ସିନ୍ଦେ। ଏହି କାରଣରୁ ମହା ବିକାଶ ଅଘାଡ଼ି ମିଳିତ ମଞ୍ଚ ଗୃହରେ ସଂଖ୍ୟାଗରିଷ୍ଠତା ହରାଇଛି। ଏହାପରେ ମହାରାଷ୍ଟ୍ରରେ ଖୁବଶୀଘ୍ର ରାଜନୈତିକ ସଂକଟରେ ରୋଚକ ମୋଡ ଦେଖିବାକୁ ମିଳିପାରେ। ଏଭଳି ସ୍ଥିତିରେ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ଆହୁରି ଗଭୀର ହୋଇଛି। ଡେପୁଟି ବାଚସ୍ପତିଙ୍କ ଅଯୋଗ୍ୟତା ନୋଟିସକୁ ନେଇ ସିନ୍ଦେ କ୍ୟାମ୍ପ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି।

ଗତ କିଛି ଦିନ ମହାରାଷ୍ଟ୍ର ଚାଲିଛି ମହାନାଟକ । କିଏ କାହାକୁ ସମର୍ଥନ କରୁଛି । ସେନେଇ ପ୍ରତିଦିନ ଚାଲିଛି ଘମାଘୋଟ ବୟାନବାଜି । ଦଳ ଓ ସରକାରଙ୍କ କାର୍ୟ୍ୟକଳାପରେ ଅସନ୍ତୁଷ ହୋଇ ମନ୍ତ୍ରୀ ଏକନାଥ ସିନ୍ଦେ ବିଦ୍ରୋହ କରିଛନ୍ତି । ଏପିରିକି ନିଜ ସାଥେ ଏକାଧିକ ବିଧାୟକଙ୍କୁ ନେଇ ପ୍ରଥମେ ସୁରତ ପରେ ଗୌହାଟିରେ ଏକ ହୋଟେଲରେ ରହିଛନ୍ତି । ସେପଟେ ଏହି ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।

Leave A Reply

Your email address will not be published.