ଓଡ଼ିଆ ନ୍ୟୁଜ୍: UGC ନର୍ମ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ। UGC ଇକ୍ୟୁଇଟି ରେଗୁଲେସନ ୨୦୨୬ ଉପରେ ରହିତାଦେଶ।ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରହିତାଦେଶ।UGC ୨୦୧୨ ରେଗୁଲେସନ ବଳବତ୍ତର ରହିବ କହିଲେ ସର୍ବୋଚ୍ଚ କୋର୍ଟ। ଆମେ ହସ୍ତକ୍ଷେପ କରି ନ ଥିଲେ ସମାଜକୁ ଭାଗ ଭାଗ କରିଥାନ୍ତା ଦର୍ଶାଇଲେ। ୟୁଜିସି ନୂଆ ନିୟମ ସାଧାରଣ ବର୍ଗଙ୍କ ବିରୋଧରେ ଭେଦଭାବ ପୂର୍ଣ୍ଣ ବୋଲି କୁହାଯାଇଛି। ଗୁରୁବାର ଶୁଣାଣି କାଳରେ କୋର୍ଟ କହିଛନ୍ତି ଯେ ୨୦୧୨ର ନିୟମ ସେ ପର୍ଯ୍ୟନ୍ତ ବଳବତ୍ତର ରହିବ ଯେଉଁ ପର୍ଯ୍ୟନ୍ତ ନୂଆ ଆଦେଶ ନ ଆସିଛି।
ଏହି ମାମଲାରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି ଯେ ନୂଆ ନିୟମ ଅସ୍ପଷ୍ଟ ଓ ଏହାର ଦୂରୁପଯୋଗ ହୋଇପାରେ। ଏଣୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି ଓ ୟୁଜିସିର ନୂଆ ନିୟମ ଉପରେ ପରିବର୍ତ୍ତି ଆଦେଶ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି। ଏହି ମାମଲାରେ କୋର୍ଟ ମାର୍ଚ୍ଚ ୧୯ ତାରିଖକୁ ପରବର୍ତ୍ତି ଶୁଣାଣି ଧାର୍ଯ୍ୟ କରିଛନ୍ତି। ଆବେଦନକାରୀ ଭିନୀତ ଜିନ୍ଦଲ କହିଛନ୍ତି ଯେ ଆଜି ସିଜେଆଇ ତାଙ୍କ ତର୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହା ତାଙ୍କ ପାଇଁ ବଡ଼ ବିଜୟ। ସେ କହିଛନ୍ତି ଯେ ବିଶେଷ କରି ୩ଟି ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି। ଏଥିରେ ଏକ ସେକ୍ସନ ୩-ସି ଯାହା ଜାତିଭେଦ ସମ୍ପର୍କିତ।