ଢେଙ୍କାନାଳ ପଶ୍ଚିମେଶ୍ବର ମନ୍ଦିର ନିକଟରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ଯକ୍ରମ ଶୁଣିଲେ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଗୌତମ ଗମ୍ଭୀର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଢେଙ୍କାନାଳ ସଦର ବ୍ଳକ ଛଦେଶ ଅଞ୍ଚଳରେ ଲକ୍ଷ୍ମୀନାରାୟଣ ପେଟ୍ରୋଲ ପମ୍ପ ପଶ୍ଚିମେଶ୍ବର ମନ୍ଦିର ନିକଟର ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍  କାର୍ଯ୍ଯକ୍ରମ ଶୁଣିଲେ କେନ୍ଦ୍ରଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କ୍ରିକେଟ ପ୍ଳେୟାର ତଥା ପୂର୍ବ ଦିଲ୍ଲିର ସାଂସଦ ଗୌତମ ଗମ୍ଭୀର । ଏହି ମନକି ବାତ୍ କାର୍ଯ୍ଯକ୍ରମରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ବିଭୁତି ପ୍ରଧାନ, ପୂର୍ବତନ ନଗରପାଳ ସୁନିଲ ଶର୍ମା ପ୍ରମୁଖ ପ୍ରସସ୍ଥିତ ଥିଲେ ।

ଏହି କାର୍ଯ୍ଯକ୍ରମରେ ଢେଙ୍କାନାଳ ଏବଂ କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳର ଶତାଧିକ ବିଜେପି କର୍ମକର୍ତ୍ତା ଓ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିନ ଉପଲକ୍ଷେ ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ସାଂସଦ ଗମ୍ଭୀର ବାଜପେୟୀଙ୍କ ଫଟୋ ଚିତ୍ର ମାଲ୍ଯା ପଣ କରିଥିଲେ ।

Leave A Reply

Your email address will not be published.