ସମ୍ବଲପୁରରେ ‘ଶୀତଳ ଷଷ୍ଠୀ’ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ, ପୁରୁଣା ବନ୍ଧୁଙ୍କୁ ଭେଟି ଆନନ୍ଦିତ ହେଲେ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସମ୍ବଲପୁରର ବିଭିନ୍ନ ସ୍ଥାନରେ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହୋଇ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିବା ସହ ମହାଆଳତି କରିଛନ୍ତି । ଶୀତଳ ଷଷ୍ଠୀ ପର୍ବର ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିବ-ପାର୍ବତୀ ଦେବଦମ୍ପତ୍ତିଙ୍କ ଅନନ୍ୟ ପରମ୍ପରାର ପର୍ବ ହେଉଛି ଶୀତଳ ଷଷ୍ଠୀ । ଏହି ପର୍ବରେ ସାମିଲ ହେବା ମୋ ପାଇଁ ପରମ ସୌଭାଗ୍ୟ ।

ମୁଁ ଯେତେବେଳେ ଏହି ପର୍ବରେ ସାମିଲ ହୁଏ, ମନ ଆନନ୍ଦିତ ହୁଏ । ଶୀତଳ ଷଷ୍ଠୀ ଏକ ଲୋକପର୍ବ ଓ ଧାର୍ମିକ ପର୍ବ । ଭାଇଚାରା ଓ ସମ୍ପର୍କକୁ ମଜଭୂତ୍ କରିବାର ଦିନ । ଐତିହାସିକ ଓ ସଂସ୍କୃତି ସମ୍ପନ୍ନ ସମ୍ବଲପୁର ସହରରେ ଏହି ଲୋକପର୍ବ ପୁରୁଣା ବନ୍ଧୁ ଓ ସମ୍ପର୍କୀୟ ମାନଙ୍କୁ ଏକାଠି କରିବାର ଏକ ଅବସର ଦେଇଛି । ଆଜି ମୁଁ ମଧ୍ୟ ଅନେକ ପୁରୁଣା ବନ୍ଧୁଙ୍କୁ ଭେଟି ବହୁତ ଆନନ୍ଦିତ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଠାକୁରପଡ଼ା, ଶାନ୍ତି ନଗର, ଜଗନ୍ନାଥ କଲୋନି, କୁଲୁଥକାନି, ସିନ୍ଦୂରପଙ୍କ, ଅଇଁଠାପାଲି, ଦୁର୍ଗା ମଙ୍ଗଲମ୍, ଧର୍ମଶାଳା କ୍ଷେତରାଜପୁର, ନନ୍ଦପଡ଼ା, ଝାଡୁଆପଡ଼ା, ମୁଦିପଡ଼ା ଓ ହୀରାକୁଦରେ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେବା ସହ କନ୍ୟାପକ୍ଷର ମାତାପିତାଙ୍କୁ ଭେଟିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସିନ୍ଦୁରପଙ୍କ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଓ କୁଲୁଥକାନି ଠାରେ ‘ଶ୍ରୀ କଳ୍ପେଶ୍ୱର ବାବା’ ମନ୍ଦିରରେ ଦର୍ଶନ କରିଥିଲେ ।

Leave A Reply

Your email address will not be published.