ପୁଣି ଏକ ବଡ଼ ଘୋଷଣା କଲେ କେନ୍ଦ୍ର ରେଳ ମନ୍ତ୍ରୀ, ଜାଣନ୍ତୁ କ’ଣ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ବଡ଼ ଘୋଷଣା କରିଛନ୍ତି ।  ବନ୍ଦେ ଭାରତ ଏକ୍ସପ୍ରେସ ଭାରତରେ ରେଳ ଯାତ୍ରା କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ କରିଥିବାବେଳେ ଏହାର ସ୍ଲିପର ଭର୍ସନ ଚଳାଇବାକୁ ସରକାର ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ୨୦୨୪ ମାର୍ଚ୍ଚ ସୁଦ୍ଧା ଦେଶରେ ବନ୍ଦେ ଭାରତ ସ୍ଲିପର ଏକ୍ସପ୍ରେସ ଚାଲିବ ।ଏହାକୁ ବନ୍ଦେ ସ୍ଲିପର କୁହାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବନ୍ଦେ ଭାରତ ଟ୍ରେନର ପ୍ରଥମ ବ୍ୟାଚ୍ ସ୍ଲିପର ଭାରିଏଣ୍ଟ ମାର୍ଚ୍ଚ ୨୦୨୪ରେ ଆରମ୍ଭ ହେବ।

ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍) ଡିସେମ୍ବର ଶେଷ ସୁଦ୍ଧା ବନ୍ଦେ ଭାରତର ସ୍ଲିପର ଭାରିଆଣ୍ଟର ଡିଜାଇନ୍ ପ୍ରସ୍ତୁତ କରିବ ଓ ମାର୍ଚ୍ଚ ୨୦୨୪ ସୁଦ୍ଧା ଏହା ଟ୍ରାକରେ ଗଡ଼ିବ । ଏହା ପୂର୍ବରୁ ମେ ମାସରେ କେନ୍ଦ୍ର ରେଳମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ ବନ୍ଦେ ଭାରତର ତିନୋଟି ସଂସ୍କରଣ ଦେଶରେ ଚାଲିବ।

ଏଥିରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ବନ୍ଦେ ମେଟ୍ରୋ, ୧୦୦-୫୫୦ କିଲୋମିଟର ପର୍ଯ୍ୟନ୍ତ ବନ୍ଦେ ଚେୟାର କାର୍ ଏବଂ ୫୫୦ କିଲୋମିଟରରୁ ଅଧିକ ଯାତ୍ରା ଅର୍ଥାତ ଦୂରଗାମୀ ଯାତ୍ରା ପାଇଁ ବନ୍ଦେ ସ୍ଲିପର ଟ୍ରେନ୍ ଉଦ୍ଦିଷ୍ଟ । ସୂଚନାଯୋଗ୍ୟ ଯେ ଦେଶରେ ୨୦୧୯ରେ ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିଥିଲା। ଏବେ ଦେଶରେ ୧୯ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି ।

Leave A Reply

Your email address will not be published.