ଓଡିଶାରେ ଅନଲକ ନେଇ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ?

0

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅନଲକ୍ ନେଇ ଚର୍ଚ୍ଚା ଜୋର ଧରିଛି । ଏବେବି ବିପଦ ଟଳିନଥିବା ବେଳେ ଅନଲକ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ‘ଅନଲକ୍ ପାଇଁ ସବୁ ଦିଗରୁ ସରକାର ବିଚାରବିମର୍ଶ କରି ନିଷ୍ପତ୍ତି ନେଇଛନ୍ତି । ଗ୍ରାଜୁଆଲ ଅନଲକ ଆରମ୍ଭ ହେବା ଆମ ପାଇଁ ଭଲ । ଏଥିରେ କିଛି କଟକଣା କୋହଳ ହେବ ଓ କିଛି କଟକଣା ପୂର୍ବ କରି ବଳବତ୍ତର ରହିବ । ଲୋକମାନେ ଯଦି ଏହାର ସଠିକ ବ୍ୟବହାର ନକରିବେ ତେବେ ନେଗେଟିଭ୍ ଆଫେକ୍ଟ ପଡିବ ।’

ତେବେ ୧୭ ତାରିଖ ପରେ କ’ଣ ହେବ ସେନେଇ ଖୁବଶୀଘ୍ର ବୈଠକ ଡକାଯିବ । ବୈଠକରେ ଅନଲକକୁ ନେଇ ନିଷ୍ପତ୍ତି ନିଆଯିବ । ୧୦% ଉପରେ ସଂକ୍ରମଣ ହାର ଥିବା ଜିଲ୍ଲାରେ କଟକଣା ବଳବତ୍ତର ରହିବ । ୫% ତଳେ ସଂକ୍ରମଣ ହାର ଥିବା ଜିଲ୍ଲାରେ କଟକଣା କୋହଳ କରାଯିବ । ପଶ୍ଚିମ ଓଡିଶାରେ ସଂକ୍ରମଣ ହାର କମୁଛି ଓ ଜିଲ୍ଲା ମଝି ମଝିଆ ରହୁଛି । ଯାଜପୁର, ଖୋର୍ଦ୍ଧା, କଟକ, ଅନୁଗୁଳରେ ସ୍ପେଶାଲ ଷ୍ଟାଟ୍ରେଜି କରାଯିବ । ପୂର୍ବ କେସ ଲୋଡ ଓ ବର୍ତ୍ତମାନ କିଛି ଗୁରୁତର ଥିବାରୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢୁଛି । ବର୍ତ୍ତମାନ ୬୨% ରୋଗୀ ଭେଣ୍ଟିଲେଟର ଓ ୬୨% ଆଇସିୟୁରେ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.