ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ ଟିକା

0

କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିଆଯିବ ଟିକା । ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ କେନ୍ଦ୍ର ଅନୁରୋଧ କରିଛି । ଏନେଇ ସବୁ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।

ମନ୍ତ୍ରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଯେ, ସବୁ ରାଜ୍ୟକୁ ଅତିରିକ୍ତ ୨ କୋଟି ଟିକା ଯୋଗାଇ ଦିଆଯାଉଛି । ଯେଉଁ ୨ କୋଟି ଟିକା ଦିଆଯାଉଛି, ତାହା ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯାଉ । ସବୁ ସ୍କୁଲ ଶିକ୍ଷକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଉ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.