ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାରା ଦେଶରେ ବିଶିଷ୍ଟ ଆଦିବାସୀ ନେତା ବିର୍ଷା ମୁଣ୍ଡା ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରୁଥିବା ବେଳେ।ଠିକ ଆଜି ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ବାଗଡୋର ଗ୍ରାମ ପଞ୍ଚାୟତ ର କୁମ୍ଭାରଖୁନ ଗାଁ ଠାରେ ବିର୍ଷା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି।
ଏହି ଅବସରରେ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ବେହେରା, ଏବିଡ଼ିଓ ସାରଥୀ ସାହୁ,ପି ଇ ଓ ,କର୍ମବୀର ତାଣ୍ଡି,ଏଫ ପି ଓ-ସଞ୍ଜିତ କୁମାର ସାହୁ.ଜି ଆର ଏସ,ପ୍ରହଲ୍ଲାଦ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ।ପଥମେ ମହାତ୍ମା ଗାନ୍ଧୀ, ବିର୍ଷା ମୁଣ୍ଡା,ବା ବା ଆମ୍ବେଦକର ଙ୍କ ଛବି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପରେ ଶପଥ ପାଠ ହୋଇଥିଲା।ଏଥିରେ ନିଶା ନିବାରଣ, ସ୍ୱଚ୍ଛତା,ଏପରି ଅନେକ ଉପରେ ଶପଥ ପାଠ କରାଯାଇଥିଲା।
ଗ୍ରାମ ପଞ୍ଚାୟତ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା।ପରେ ବୃକ୍ଷ ରୋପଣ କରିବା ସହ ଜାତୀୟ ସଙ୍ଗୀତ ଗାନ କରିଥିଲେ।ପରି ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସରପଞ୍ଚ ପ୍ରଦୀପ କୁମାର ବେହେରା।ଏଥିରେ ଗ୍ରାମ ର ଅନେକ ପୁରୁଷ ମହିଳା ଯୋଗଦାନ କରିଥିଲେ।
Comments are closed.