ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିନକୁ ଦିନ ବେଳପଡା ପୋଲିସ ତତ୍ପରତା ଦେଖାଇ ଥିବାର ଦେଖିବାକୁ ମିଳିଛି।ଏଇ କେତେଦିନ ହେଲା ଅନେକ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିଥିବା ବେଳେ ଆଜି ପୁଣି ୫ ଜଣ ଦାଦନ ଶ୍ରମିକ ଙ୍କୁ ଚାଲାଣ ସମୟରେ ଉଦ୍ଧାର କରିଛି।
ସୂଚନା ଅନୁସାରେ ତା-୧୫-୧୧୧-୨୦୨୪ ଶୁକ୍ରବାର ରାତିରେ ଏକ ଭ୍ୟାନ ଯୋଗେ ଦାଦନ ସର୍ଦ୍ଦାର ଜାନମେଯେୟା ପାନିକା ୫ଜଣ ତରା ଗାଁର ଦାଦନ ଶ୍ରମିକ ଙ୍କୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ସମୟରେ ବେଳପଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ବିଛୁବାହାଳି ଛକ ନିକଟରେ ବେଆଇନ ଦାଦନ ଶ୍ରମିକ ଙ୍କୁ କାବୁ କରିଥିଲେ।ଗାଡି ନମ୍ବର ହେଇଛି OD 03M 8115 ବୋଲି ଜଣାପଡିଛି।
ଏଥିରେ 3 ଜଣ ପୁରୁଷ ଥିବାବେଳେ ୨ ଜଣ ମହିଳା ଥିବା ଜଣାପଡିଛି। ଶ୍ରମିକ ମାନେ ହେଲେ ତରା ଗ୍ରାମର ବୋଲି ଜଣାପଡିଛି।ଏହି ସମସ୍ତ ଶ୍ରମିକ ଙ୍କ ଗାଡୁ ଡ୍ରାଇଭର ନବୀନ ପୁଟେକ ଙ୍କୁ ବେଳପଡା ପୋଲିସ ଅଟକ ରଖି ଅଧିକ ପଚରା ଉଚାରା କରୁଥିବାର ବେଳପଡା ଥାନା ଅଧିକାରୀ ଅନନ୍ତ ପଧାନ କହିଛନ୍ତି।