ଓଡ଼ିଆ ନ୍ୟୁଜ୍: ଆଜି ଭାରତର ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ। ସକାଳ ୧୦ଟାରୁ ୫ଟା ଯାଏ ଭୋଟିଂ, ୬ଟାରେ ଗଣତି। ବିଜୟ ପାଇଁ ଆବଶ୍ୟକ ୩୯୨ ସାଂସଦଙ୍କ ସମର୍ଥନ।ଏନଡିଏ ସପକ୍ଷରେ ରହିଛି ୪୩୬ ସାଂସଦଙ୍କ ସମର୍ଥନ।ଇଣ୍ଡିଆ ବ୍ଲକ ସପକ୍ଷରେ ରହିଛନ୍ତି ୩୧୧ ସାଂସଦ। ଭୋଟଦାନରୁ ବିରତ ରହିବେ ବିଜେଡି ଓ ବିଆରଏସ।ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି କରାଯାଇ ଫଳ ଘୋଷଣା କରାଯିବ। ଉପରାଷ୍ଟ୍ରପତି ପଦ ପାଇଁ ଏନ୍ଡିଏ ଓ ଇଣ୍ଡିମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର।ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ VS ଇଣ୍ଡିମେଣ୍ଟର ବି. ସୁଦର୍ଶନ ରେଡ୍ଡୀ।ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଦେବେ ଭୋଟ୍। ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍ ବିଜେପି ନେତୃତ୍ୱାଧୀନ NDA ପ୍ରାର୍ଥୀ।ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ବି. ସୁଦର୍ଶନ ରେଡ୍ଡୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଣ୍ଟ ପ୍ରାର୍ଥୀ।ଉଭୟ ଲୋକସଭା ଓ ରାଜ୍ୟସଭାରେ ଏନଡିଏର ଅଧିକ ସଦସ୍ୟ ରହିଛନ୍ତି।ଏବେ ଲୋକସଭାରେ ଏନ୍ଡିଏର ୨୯୩ ଜଣ ସଦସ୍ୟ ରହିଛନ୍ତି।ଉପରାଷ୍ଟ୍ରପତି ନିର୍ବାଚନର ଇଲେକ୍ଟୋରାଲ୍ କଲେଜରେ NDAର ସଂଖ୍ୟା ଗରିଷ୍ଠତା ଅଛି।
ରାଜ୍ୟସଭାର ୨୩୯ ଆସନ ମଧ୍ୟରୁ NDAର ୧୩୨ ଜଣ ସମର୍ଥକ ଅଛନ୍ତି। ବିଜେଡିର ୭ ଓ ବିଆର୍ଏସ୍ର ୪ ରାଜ୍ୟସଭା ସଭ୍ୟଙ୍କ ମତଦାନରୁ ବିରତ ରହିବେ।ଉପରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ୩୮୬ ସଭ୍ୟଙ୍କ ସମର୍ଥନ ଆବଶ୍ୟକ। ଉଭୟ ଲୋକସଭା ଓ ରାଜ୍ୟସଭାରେ NDAର ୪୨୫ ସଭ୍ୟ ରହିଛନ୍ତି।ଏହା ସହ ଜଗନମୋହନ ରେଡ୍ଡୀଙ୍କ ୱାଇଏସ୍ଆରସିପି ସମର୍ଥନ ଦେବ।ଜଗଦୀପ ଧନଖଡ଼ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ପଦବି ଖାଲି ପଡ଼ିଛି।ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ ତାରିଖରେ ଦେଇଥିଲେ ଇସ୍ତଫା।