ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁର ଭିଡିଓ ଭାଇରାଲ ଘଟଣାକୁ ନେଇ ରାଜନୀତି ଜୋରଦାର ହୋଇଛି । ଏହାରି ଭିତରେ ଏକ ବନ ଖବର ଆସିଛି ଯେ, ମଣିପୁର ଲଜ୍ଜାର ତଦନ୍ତ କରିବ ସିବିଆଇ । ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଯିବା ସହ ଅସଦାଚରଣ କରାଯିବା ଘଟଣାରେ ଉଭୟ ମଣିପୁର ଓ କେନ୍ଦ୍ର ସରକାର ସମାଲୋଚନାର ଶିକାର ହେଉଛନ୍ତି ।
ଏହାରି ଭିତରେ ଗୃହ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ମେ ୪ ତାରିଖରେ ଘଟିଥିବା ଘଟଣାର ଭିଡିଓ ଜୁଲାଇ ୧୯ରେ ଭାଇରାଲ୍ ହୋଇଥିଲା । ଯେଉଁ ମୋବାଇଲ୍ ଫୋନରେ ଏହି ଲଜ୍ଜାଜନକ ଘଟଣାର ସୁଟିଂ କରାଯାଇଥିଲା ତାହାକୁ ଜବତ କରାଯାଇଛି ।