ଓଡ଼ିଆ ନ୍ୟୁଜ୍: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା, ଆକ୍ସନ ମୋଡ୍ରେ ଭିଜିଲାନ୍ସ।୨୦୨୫ ଏପ୍ରିଲରୁ ଡିସେମ୍ବର ଯାଏଁ ୧୨୫ଟି ମାମଲାର ତଦନ୍ତ ପାଇଁ ସରକାରୀ ନିର୍ଦ୍ଦେଶ। ମାତ୍ର ୯ ମାସରେ ୧୨୫ଟି ମାମଲାର ତଦନ୍ତ ନିର୍ଦ୍ଦେଶ ଏକ ରେକର୍ଡ। ପୂର୍ବରୁ ୯ ମାସରେ କେବେ ବି ଏତେ ସଂଖ୍ୟା କେସ୍ର ତଦନ୍ତ ନିର୍ଦ୍ଦେଶ ଦିଆଯାଇନଥିଲା।୨୦୨୫ରେ ୪୮୮ କେସ୍ର ଫଇସଲା, ୧୦୮ କେସ୍ରେ ଅଭିଯୁକ୍ତଙ୍କୁ ଦଣ୍ଡ।୧୭୩ଟି ଆୟ ବହିର୍ଭୂତ ସଂପତ୍ତିଜନିତ କେସ୍ର ଫଇସଲା କରିଛି ଭିଜିଲାନ୍ସ। ୨୦ ବର୍ଷ ଇତିହାସରେ ୨୦୨୫ରେ ଭିଜିଲାନ୍ସ ବିଭାଗକୁ ସର୍ବାଧିକ ସଫଳତା। ରାଜ୍ୟ ଭିଜିଲାନ୍ସ ଏକାଡେମୀକୁ ISO 9001:2015 ସାର୍ଟିଫିକେଟ୍। ଓଡ଼ିଶାକୁ ଦୁର୍ନୀତିମୁକ୍ତ କରିବା ଅଭିଯାନ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଭିଜିଲାନ୍ସ ବିଭାଗ ସମୀକ୍ଷା।
ସୂଚନାଯୋଗ୍ୟ ଯେ, ଦୁର୍ନୀତି ବିରୋଧରେ ଆକ୍ସନ ମୋଡ୍ରେ ସରକାର କାର୍ଯ୍ୟ କରୁଥିବାରୁ ଓଡ଼ିଶା ସାରା ଭାରତରେ ପ୍ରଶଂସିତ ହେଉଛି ଏବଂ ମୁଖ୍ୟମନ୍ତ୍ରୀଙ୍କର ଶୂନ୍ୟ ସହନଶୀଳତା ନୀତିକୁ ପାଥେୟ କରି ରାଜ୍ୟ ଭିଜିଲାନ୍ସ ଏକାଡେମୀ ଏହାର ପ୍ରଶିକ୍ଷଣ ପ୍ରକ୍ରିୟାରେ ବ୍ୟାପକ ଉନ୍ନତି ଆଣିଛି। ଭିତ୍ତିଭୂମିର ଉନ୍ନତି ଓ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ରାଜ୍ୟ ଭିଜିଲାନ୍ସ ଏକାଡେମୀକୁ ISO ୯୦୦୧:୨୦୧୫ ସାର୍ଟିଫିକେଟ୍ ମିଳିଛି। ଏହି ସାର୍ଟିଫିକେଟ ଏକାଡେମୀକୁ ଆସନ୍ତା ତିନି ବର୍ଷ ପାଇଁ ମିଳିଛି। ଏହି ସାର୍ଟିଫିକେଟ ପାଇଁ ମୁଖ୍ୟମନ୍ତ୍ରୀ ଭିଜିଲାନ୍ସ ଏକାଡେମୀ ଓ ରାଜ୍ୟ ଭିଜିଲାନ୍ସ ବିଭାଗର ଉଚ୍ଚ ପ୍ରଶଂସା କରିଥିଲେ।