ଓଡ଼ିଆ ନ୍ୟୁଜ୍: ଅଶ୍ଲୀଳ କଣ୍ଟେଣ୍ଟ ପାଇଁ ‘X’କୁ କେନ୍ଦ୍ର ସରକାରଙ୍କ ନୋଟିସ୍।ଗ୍ରକ AI ବ୍ୟବହାର କରି ଅଶ୍ଲୀଳ କଣ୍ଟେଣ୍ଟ ତିଆରି ଅଭିଯୋଗ। IT ଆକ୍ଟ ୨୦୦୦ ଓ ୨୦୨୧ ଉଲ୍ଲଂଘନ ନେଇ ନୋଟିସ୍। ୭୨ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ କେନ୍ଦ୍ରର ନିର୍ଦ୍ଦେଶ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ଜେନେରେଟିଭ୍ AI ଚାଟବଟ୍ Grokର ଅପବ୍ୟବହାର ବୃଦ୍ଧି ପାଇଛି । ବ୍ୟବହାରକାରୀମାନେ ଏହାକୁ ଅଶ୍ଳୀଳ ବିଷୟବସ୍ତୁ ସୃଷ୍ଟି କରିବା ପାଇଁ ବ୍ୟବହାର କରୁଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି । ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (IT ମନ୍ତ୍ରଣାଳୟ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ Xକୁ ତୁରନ୍ତ ଏହାର ଗ୍ରୋକ୍ ଏଆଇର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି।

ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ମାମଲାରେ ଯାହା ବି କାର୍ଯ୍ୟାନୁଷ୍ଠାନ କିମ୍ବା ସମୀକ୍ଷା କରାଯିବ ତାହାର ରିପୋର୍ଟ ୭୨ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଦିଆଯିବା ଦରକାର । ୟୁଜର୍ସଙ୍କ ନିର୍ଦ୍ଦେଶ କ୍ରମେ ଗ୍ରୋକ ଏଆଇ ମହିଳାଙ୍କ ଫଟୋକୁ ଅଶ୍ଳୀଳ ଭାବରେ ପ୍ରଦର୍ଶିତ କରେ । ଏପରିକି ବିନା ଅନୁମତିରେ ମଧ୍ୟ ଗ୍ରୋକ୍ ମହିଳାଙ୍କ ଫଟୋକୁ ବିକୃତ କରୁଛି ବୋଲି ଅଭିଯୋଗ ହୋଇଛି ।