ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା

0

ଓଡ଼ିଆ ନ୍ୟୁଜ୍:ସାରା ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । କାଳବୈଶାଖୀ ବର୍ଷା ନେଇ ରାଜ୍ୟର ସମସ୍ତ ୩୦ ଜିଲାକୁ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମ, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସହ ବଜ୍ରପାତ ହେବ । ଲଘୁଚାପ ସୃଷ୍ଟି ହେବା ପରେ ଉତ୍ତର ଆଡ଼କୁ ଗତି କରିବ। ତେବେ ଲଘୁଚାପ ଆହୁରି ଶକ୍ତିଶାଳୀ ହେବା ନେଇ ପୂର୍ବାନୁମାନ କରିଛି ବିଭାଗ।

ଏଥିପାଇଁ ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ସହ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ତେବେ ଏହି ଜିଲାଗୁଡ଼ିକରେ ବଜ୍ରପାତ ଅଧିକ ହେବା ସମ୍ଭାବନା ଥିବାରୁ ଲୋକମାନେ ଅଧିକ ଆଲଟର୍ର୍ ରହିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.