ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚରେ ବିଜୟ ହାସଲ କରିଛି ୱେଟେଇଣ୍ଡିଜ୍ । ୪ ରନରେ ବିଜୟୀ ହେଲା ଘରୋଇ ଦଳ । ୧୪୯ ରନର ଜବାବରେ ୧୪୫ ରନ୍ରେ ସୀମିତ ରହିଗଲା ଟିମ୍ ଇଣ୍ଡିଆ। ପଦାର୍ପଣକାରୀ ତିଳକ ବର୍ମାଙ୍କ ଛଡ଼ା ଅନ୍ୟ କେହି ଭଲ ବ୍ୟାଟିଂ କରିପାରିନଥିଲେ । ଏଥି ସହିତ ୫ ମ୍ୟାଚ୍ ଶୃଙ୍ଖଳାରେ ଘରୋଇ ୱେଷ୍ଟଇଣ୍ଡିଜ୍ ୧-୦ରେ ଆଗୁଆ ହୋଇଛି ।
୧୫୦ ରନ୍କୁ ପିଛା କରି ଭାରତ ଦୁଇ ପ୍ରାରମ୍ଭିକ ବ୍ୟାଟର୍ ଶୁବମନ ଗିଲ୍ ଓ ଈଶାନ କିଶନଙ୍କୁ ସଅଳ ହରାଇଥିଲା। ସୂର୍ୟ୍ୟକୁମାର ବଲ୍ ପିଛା ରନ୍ କରି ୨୧ ରନ୍ରେ ଆଉଟ୍ ହୋଇଥିଲେ । ତିଳକ ବର୍ମାଙ୍କ ବିଦାୟ ପରେ ଅନ୍ୟ କୌଣସି ଖେଳାଳି କ୍ରିଜ୍ରେ ତିଷ୍ଠିନଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସଂଜୁ ସାମସନ୍ ନିରାଶ କରିବା ପରେ ଭାରତର ପରାଜୟ ନିଶ୍ଚିତ ହୋଇଥିଲା । ଜାସନ୍ ହୋଲ୍ଡର ସବୁଠାରୁ ମିତବ୍ୟୟୀ ବୋଲିଂ କରିବା ସହ ସୂର୍ୟ୍ୟକୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୱିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା ।