ମାଲିକ ଜନତାଙ୍କୁ ଏଠି ଏ କି ପ୍ରକାର ବ୍ୟବହାର ?

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଲିକ ଜନତାଙ୍କୁ ଏଠି ଏ କି ପ୍ରକାର ବ୍ୟବହାର | ଏସି କାରରେ ଯିବେ ନେତା, କୁକୁର ମାଙ୍କଡ଼ଙ୍କୁ ଖାଇବା ଦେଲା ପରି ଲୋକ ଙ୍କୁ ଦିଆ ଯାଉଛି ଖାଇବା | ଗଣତନ୍ତ୍ର ଆଉ ଲୋକଙ୍କ ଶାସନ ନୁହେଁ ଏଠି ଚାଲିଛି ଚାକର ଶାସନ | ସଚିବ ଏଠି ସବୁ କିଛି ଆଉ ସାଧାରଣ ଲୋକ ପୋକ ମାଛି |ଗୋଟେ ଥର ଭୁଲ କରି ପାଞ୍ଚ ବର୍ଷ ଦଣ୍ଡ ଭୋଗୁଛନ୍ତି ସାଧାରଣ ଜନତା |ଜନତା ଜନାର୍ଦନ ଙ୍କୁ କୁକୁର ମାଙ୍କଡ଼ ପରି ବ୍ୟବହାର କରି ଇଯତ ମହତ ସବୁ ସାରିଦେଲେ ପାଣ୍ଡିଆନ ବାବୁ |ଗଣତନ୍ତ୍ର ରେ କୁହାଯାଏ କୁଆଡେ ପ୍ରକୃତ ମାଲିକ ହେଉଛନ୍ତି ସାଧାରଣ ଖଟିଖିଆ ଲୋକ |

ଆଉ ଗଣତନ୍ତ୍ର କୁଆଡେ ଲୋକମାନଙ୍କର ଲୋକଙ୍କ ଦ୍ଵାରା ଆଉ ଲୋକ ମାନଙ୍କ ପାଇଁ କିନ୍ତୁ ଏକଥା କେବଳ କାଗଜ କଲମରେ ସୀମିତ ଏକଥା କେବଳ କଥାରେ ହିଁ ରହିଯାଇଛି ପ୍ରକୃତ ସତକଥା ପୁରା ଅଲଗା |ଏ ଦୃଶ୍ୟ ଦେଖିଲେ ଆପଣ ସବୁ ବୁଝିପାରିବେ ମାଲିକ ଜନତା ଙ୍କୁ ଏଠି କି ପ୍ରକାର ବ୍ୟବହାର କରାଯାଏଆପଣ ସବୁ ଜାଣିପାରୁଥିବେ |ଜନତା ଙ୍କ ଟିକସ ଟଙ୍କାରେ ଦରମା ନେଇ ଚାକିରୀ କରିଥିବା ଲୋକ ଏବେ ସବୁକିଛି | ଦେଶକୁ ଟାକ୍ସ ଦେଉଥିବା ଲୋକ ଏଠି ପୋକ ମାଛି ଏଠି ଥରେ ଭୁଲ କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଭୋଗୁଛନ୍ତି ଲୋକେ |ଏଠି କହିବେ କାହାକୁ ଶୁଣିବ କିଏ ଶୁଣିବା ଲୋକ ତ କଷଣ ଦିଏ |

ସେ ପରିସ୍ଥିତି ରେ ପଡି କାନ ମୁଣ୍ଡା ଆଉଁସି ହେଉଛନ୍ତି ଲୋକେ ଯାହା ବାସ୍ତବ ଚିତ୍ର ଏଠି ସାମ୍ନା କୁ ଆସିଛି | ବଡମ୍ବା ନରସିଂହପୁର ଭି କେ ପାଣ୍ଡିଆନଙ୍କ ଗସ୍ତ ବେଳେ କୁକୁର ମାଙ୍କଡ଼ ଙ୍କ ପରି ଲୋକ ମାନଙ୍କ ଉପରୁକୁ ପାଣି ଏବଂ ଖାଦ୍ୟ କିପରି ଫୋପଡ଼ା ଯାଉଛି | ଟଙ୍କା ଖାଇବେ କୁଜି ନେତା ପୋକ ମାଛି ପରି କଷଣ ଭୋଗିବେ ଜନତା | ବଡମ୍ବା ଗସ୍ତରେ ନିବୀନ ପଟନାୟକ ଙ୍କ ମୁଖ୍ୟ ସଚିବ ଭିକେ ପାଣ୍ଡିଆନ ଆସିଥିବା ବେଳେ ତାଙ୍କୁ ଦେଖା କରିବାକୁ ବଡମ୍ବା ନରସିଂହପୁର ପ୍ରତେକ ଗ୍ରାମରୁ ଲୋକେ ଯାଇଥିଲେ ଟ୍ରକ ଉପରୁ ଲୋକ ଙ୍କୁ ପାଣି ଏବଂ ଖାଦ୍ୟ କିପରି ଫୋପାଡୁ ଛନ୍ତି ଚେଲା ଚାମୁଣ୍ଡା କୁଜି ନେତା ଏହା ହେଉଛି ଏହାର ବାସ୍ତବ ଚିତ୍ର |

Comments are closed.