ନୂତନ ଦଳ ଭାରତୀୟ ଜୱାନ କିସାନ ପାର୍ଟିର ନାମାଙ୍କନ ପତ୍ର ଦାଖଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂତନ ଦଳ ଭାରତୀୟ ଜୱାନ କିସାନ ପାର୍ଟିର ନାମାଙ୍କନ ପତ୍ର ଦାଖଲ | ରାଜ୍ୟରେ ବିଜେଡି ସରକାର ୨୫ ବର୍ଷ ଶାସନ ଏବଂ କେନ୍ଦ୍ରରେ ବିଜେପି ସରକାର କଲେ ହେଁ ଏବେ ମଧ୍ୟ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବେରୋଜଗାର ତଥା ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହେଉଛନ୍ତି | ଯଦ୍ବାରା ଲୋକେ ଅତିଷ୍ଠ ହୋଇପଡିଲେଣି |

ଏହି ପରିପ୍ରେକ୍ଷୀ ରେ ନୂତନ ସ୍ବାଧୀନ ଦଳ ଅବସରପ୍ରାପ୍ତ ସୈନିକମାନଙ୍କ ଦ୍ବାରା ଗଠିତ ଭାରତୀୟ ଜୱାନ କିସାନ ପାର୍ଟି , ଏଇଥର ନୂତନ ରଣହୁଙ୍କାର ଦେଇ ଆଗେଇଆସିଛି | ଏହି ଦଳର ରାଇରଙ୍ଗପୁର ବିଧାନସଭା ମଣ୍ଡଳ ପ୍ରାଥୀନୀ ଶ୍ରୀମତୀ ଯଶୋଦା ମାର୍ଣ୍ଡି ଓ ସାରସକଣା ବିଧାନସଭା ପ୍ରାର୍ଥୀ ସାମାଇ ମୁର୍ମୁ ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ |

ସେହିପରି ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ଭାବେ କାପଟେନ ଗରୁ ଚରଣ ହେମ୍ବ୍ରମ ସହିତ ଦଳର ଅନ୍ୟାନ୍ୟ ବହୁ ସଦସ୍ୟଗଣ ଯୋଗ ଦେଇଥିଲେ | ଆଗାମୀ ନିର୍ବାଚନ ରେ ଏହି ସ୍ବାଧୀନ ଦଳ ଆସିଲେ ଲୋକମାନଙ୍କର ସମସ୍ୟାକୁ ମୂଳପୋଛ କରିବା ପାଇଁ ବଜ୍ରଶପଥ ନେଇଥିଲେ | ତାସହିତ ସେମାନଙ୍କ ପାର୍ଟି ଚିହ୍ନ ଉପହାରରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସମସ୍ତଙ୍କୁ ସୂଚନା ଦେଇଥିଲେ |

Leave A Reply

Your email address will not be published.