ନିଜର ସମର୍ଥନକୁ ନେଇ ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ବିଧାୟିକା ଶ୍ଵେତା ଚାତାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ ରେ ବାଜିମାତ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ।ତେବେ କିଛି ଦଳ ନିଜ ନିଜର କର୍ମୀଙ୍କୁ ବାନ୍ଧି ରଖିବା ସହିତ କର୍ମୀ ଙ୍କୁ ନେଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଉଦ୍ୟମ ଚାଲିଥିବା ବେଳେ ଆଜି ଜାତୀୟ କଂଗ୍ରେସ ଯଶିପୁର ବିଧାନସଭା ପ୍ରାର୍ଥୀ ଭାବେ ଶ୍ଵେତା ଚାତାର ନିଜ ନାମାନଙ୍କ ପତ୍ର ଦାଖଲ କରିଛନ୍ତି।

ତେବେ ଆଜି ସକାଳ ପ୍ରାୟ ପ୍ରାୟ ୧୨ଘଟିକା ସମୟରେ ରେ ସ୍ଥାନୀୟ ମିଳନ ପଡିଆ ନିକଟରେ ପହଞ୍ଚିଥିଲେ ଯଶିପୁର ବିଧାନସଭା ପ୍ରାର୍ଥୀ ଶ୍ଵେତା ଚାତାର । ସାଙ୍ଗରେ ଉପସ୍ଥିତ ଥିଲେ ଯଶିପୁର କଂଗ୍ରେସ ସଭାପତି ଜୟନ୍ତ ମହାନ୍ତ,କୁସୁମୀ ବ୍ଲକ ସଭାପତି ଶୌଲେସ ମହାନ୍ତ,ପଶ୍ଚିମ ମୟୁରଭଞ୍ଜ ଯୁବ ସମ୍ପାଦକ ସୁନିଲ, ରରୁଆଁ ଉପ ସଭାପତି ତ୍ରିଲଚନ ପିଙ୍ଗୁଆ ସମେତ ଅନେକ କଂଗ୍ରେସ କର୍ମୀ ସେଠାରୁ ଏକ ସଭାଯାତ୍ରା ବାହାରି ପାଞ୍ଚପୀଡ଼ ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲେ |

ପହଞ୍ଚି ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ।ତେବେ ଦୀର୍ଘ ୨୫ ବର୍ଷ ବିଜେଡି ସରକାର ଶାସନ ରେ ଯଶିପୁର ର ବିକାଶ ନାମରେ ବିନାଶ ଘଟିଛି, ଯଶିପୁର ବାସୀ ବହୁ ମୌଳିକ ସମସ୍ୟା ର ସମ୍ମୁଖୀନ ହେଉଥିବା ବେଳେ ବିଜେଡି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି।ଆଗାମୀ ନିର୍ବାଚନ ରେ କଂଗ୍ରେସ ଲୋକଙ୍କ ନିକଟରେ ପହଞ୍ଚି କିଭଳି ଲୋକଙ୍କ ସମସ୍ୟା ଦୂରହେବ ସେ ନେଇ କାର୍ଯ୍ୟ କରିବ ବୋଲି ବିଧାୟକ ପ୍ରାର୍ଥୀ ଶ୍ଵେତା ଚାତାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.