ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହ ଗଣେଶଙ୍କୁ କାହିଁକି ପୂଜା କରାଯାଏ? 

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଦୀପାବଳିରେ ଧନ୍ ତେରସ ପଡ଼ିଥାଏ। ଯେଉଁ ଦିନ ଲକ୍ଷ୍ମୀଙ୍କୁ ପୁଜା କରାଯାଏ। ବିଶ୍ୱାସ ଅଛି ଏହିଦିନ ଘରକୁ ସୁନା ଆଣିଲେ, ଘରକୁ ଲକ୍ଷ୍ମୀ ଆସିଥାନ୍ତି। ହେଲେ ଆପଣ କେବେ ଜାଣିଛନ୍ତି, ଦୀପାବଳିରେ ଲକ୍ଷ୍ମୀଙ୍କ ସହ ଗଣେଶଙ୍କୁ ମଧ୍ଯ ପୁଜା କରାଯାଏ। ବିଶେଷକରି ଦୀପାବଳୀରେ ସମସ୍ତ ଲୋକଙ୍କ ଘରେ ଗଣେଶ-ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । କିନ୍ତୁ ଉଭୟଙ୍କୁ ଏକାଠି ପୂଜା କରିବାର କାରଣ ବହୁତ କମ ଲୋକ ଜାଣନ୍ତି । ଯଦି ଗଣେଶ ହୁଅନ୍ତିି ଦେବୀ ଲକ୍ଷ୍ମୀଙ୍କ ପୁତ୍ର, ତେବେ ତାଙ୍କୁ ଦୀପାବଳିରେ କାହିଁକି ପୂଜା କରାଯାଏ? ଆସନ୍ତୁ ଜାଣିବା ସେ ବିଷୟରେ।

ଦୀପାବଳିରେ ଆମେ ଧନୀ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିଥାଉ । କିନ୍ତୁ ଏହା ଶହ ଗଣେଶଙ୍କୁ ମଧ୍ଯ ପୂଜା କରାଯାଏ। ଗଣେଶଙ୍କୁ ପ୍ରଥମ ପୂଜ୍ୟ ହେବାର ବରଦାନ ପାଇଛନ୍ତି ଓ ଏହି ବରଦାନ ସ୍ୱୟଂ ତାଙ୍କ ପିତା ଶିବ ଦେଇଛନ୍ତି । ଗଣେଶଙ୍କ ପୂଜା ନକରି କୌଣସି ଦେବାଦେବୀଙ୍କ ପୂଜା ଆରମ୍ଭ କରାଯାଇନଥାଏ । କୌଣସି କାମ ଆରମ୍ଭ କଲେ ବାଧା ବିଘ୍ନ ଆସିଥାଏ । କିନ୍ତୁ ଗଣେଶଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ବାଧା-ବିଘ୍ନ ଦୂରେଇ ଯାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଲକ୍ଷ୍ମୀଙ୍କ ପୂଜା କରିବା ପୂର୍ବରୁ ଗଣେଶଙ୍କୁ ପୂଜା କରାଯାଇଥାଏ । ଶ୍ରୀ ଗଣେଶଙ୍କୁ ସମ୍ପୂର୍ଣ୍ଣ ଶିକ୍ଷା ଏବଂ ବୁଦ୍ଧିର ପ୍ରଭୁ ବୋଲି କୁହାଯାଏ । ଲକ୍ଷ୍ମୀଙ୍କ ସହିତ ଗଣେଶଙ୍କୁ ପୂଜା କରିବାର ସବୁଠାରୁ ବଡ କାରଣ ହେଉଛି ଧନ ସହିତ ଜ୍ଞାନ ସର୍ବଦା ଆପଣଙ୍କ ସହିତ ରହିବ । ତେଣୁ ମା ଲକ୍ଷ୍ମୀଙ୍କ ସହ ଗଣେଶଙ୍କୁପୂଜା କରାଯାଏ।

Leave A Reply

Your email address will not be published.