ଦୁର୍ଗମ ଓ ଗ୍ରାମାଞ୍ଚଳରେ ବ୍ୟାଙ୍କ ମିତ୍ର, ପୋଷ୍ଟ ଅଫିସ, ଜନସେବା କେନ୍ଦ୍ରର ବ୍ୟବସ୍ଥା ଥିବା ପରେ କାହିଁକି ମଧ୍ୟସ୍ଥିଙ୍କୁ ଏଥିରେ ଅନ୍ତର୍ଭୃକ୍ତ କରାଯାଉଛି ?, ପ୍ରଶ୍ନ କଲା ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଜଣେ ଶିକ୍ଷିତ ହୋଇ ମଧ୍ୟ କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବା ପାଇଁ କେବଳ ପ୍ରତିକ୍ରିୟା ରଖୁଛନ୍ତି । ସମ୍ଭବତଃ ସେ ଚିଠିକୁ ଭଲରେ ପଢିନାହାନ୍ତି କିମ୍ବା ନିଜ ବସଙ୍କ ନିର୍ଦ୍ଦେଶରେ ଏଭଳି ପ୍ରତିକ୍ରିୟା ରଖୁଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ୍ । ସାମାଜିକ ସୁରକ୍ଷା ଭତ୍ତା ନଗଦ ଅର୍ଥ ଆକାରରେ କରିବା ସପକ୍ଷରେ ଯୁକ୍ତି ବାଢି ବିଜେଡି ସରକାର ମଧ୍ୟସ୍ଥିଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।

ଶ୍ରୀ ମହାଲିଙ୍ଗ୍ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଡିବିଟି ଜରିଆରେ ସାମାଜିକ ସୁରକ୍ଷା ପେନସନ ପ୍ରଦାନ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଭିମୁଖ୍ୟ ହେଉଛି ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ନିଶ୍ଚିତ ସୁବିଧା ଗୁଡ଼ିକର ସଠିକ୍ ବିତରଣକୁ ସୁନିଶ୍ଚିତ କରିବା । ସସ୍ମିତ ପାତ୍ର ଭଲରେ ଅବଗତ ଅଛନ୍ତି ଯେ ନଗଦ ଅର୍ଥ ପ୍ରଦାନ ଦ୍ୱାରା ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି, ଅବ୍ୟବସ୍ଥା ଉପୁଜିପାରେ । ଦୁର୍ଗମ ଓ ଗ୍ରାମାଞ୍ଚଳରେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରଶିକ୍ଷଣ ପାଇଥିବା ବ୍ୟାଙ୍କ ମିତ୍ର, ପୋଷ୍ଟ ଅଫିସ, ଜନସେବା କେନ୍ଦ୍ରର ବ୍ୟବସ୍ଥା ଥିବା ପରେ ମଧ୍ୟ କାହିଁକି ମଧ୍ୟସ୍ଥିଙ୍କୁ ଏଥିରେ ଅନ୍ତର୍ଭୃକ୍ତ କରାଯାଉଛି ? ଆଶା କରୁଛି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗକୁ ସେ ବୁଝିବେ ଏବଂ ନଗଦ ଅର୍ଥ ଭତ୍ତା ପ୍ରଦାନ କରିବାକୁ ନେଇ ହେଉଥିବା ସମ୍ପର୍କ ବିଷୟରେ ନିଜ ନେତାଙ୍କୁ ଅବଗତ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମାଜିକ ସୁରକ୍ଷା ଯୋଜନା ଯଥା ପିଏମ ଜୀବନ ଜ୍ୟୋତି ଯୋଜନା, ପିଏମ ସୁରକ୍ଷା ବୀମା ଯୋଜନା, ପିଏମ ମାତୃବନ୍ଦନା ଯୋଜନା, ଜନଧନ ଯୋଜନା, ପିଏମ କିଷାନ ଯୋଜନା ଭଳି ଯୋଜନାରେ ପ୍ରତ୍ୟକ୍ଷ ଭାବେ ହିତାଧିକାରୀମାନେ ଲାଭ ପାଉଛନ୍ତି । ବିଜେଡ଼ି ନେତୃତ୍ୱ ଏହାକୁ ଭଲ ଭାବରେ ବୁଝୁଥିବେ ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ସଫଳ ରୂପାୟନ ଏବଂ ଡିବିଟି ମାଧ୍ୟମରେ ୧୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ଲାଭ ହସ୍ତାନ୍ତର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦାହରଣ ସୃଷ୍ଟି କରିଥିଲେ । ଏହି ଯୋଜନାର ସଫଳ ରୂପାୟନ ପାଇଁ ସେ ଉଜ୍ଜ୍ୱଳା ମ୍ୟାନ ନାମରେ ପରିଚିତ । ଓଡ଼ିଶାର ଲୋକମାନେ ସବୁ ଜାଣିଛନ୍ତି କିଏ ସତ୍ୟତାରୁ ଦୂରରେ ଅଛନ୍ତି । ଏହାବ୍ୟତିତ ବିଜେଡି ମୁଖପାତ୍ର ମାନିଛନ୍ତି ଯେ ୨୩ ବର୍ଷ ଧରି କ୍ଷମତାରେ ଥିବା ତାଙ୍କ ସରକାର ଦୁର୍ଗମ ଏବଂ ଗ୍ରାମାଞ୍ଚଳରେ ଉତ୍ତମ ଯୋଗାଯୋଗ ସ୍ଥାପନ କରିବାରେ ବିଫଳ ହୋଇଛନ୍ତି । ଏହା ଉପରେ ଶ୍ରୀ ପାତ୍ର ତାଙ୍କ ନେତାଙ୍କୁ ଜଣାଇବେ ଏବଂ ବାସ୍ତବ ଘଟଣା ବୁଝିଲେ ନିଜେ କହିଥିବା କଥାରୁ ଓହରିବେ ବୋଲି ଲୋଇସିଂହା ବିଧାୟକ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.