ମିଶିଯିବ କି RJD ଓ JDU: ଜାଣନ୍ତୁ କ’ଣ କହିଲେ ନୀତୀଶ ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିହାରର ରାଜନୈତିକ ସର୍କଲରେ ଗତ କିଛି ଦିନ ହେବ ନୀତୀଶ କୁମାର ତାଙ୍କ ଦଳକୁ ଆରଜେଡି ସହିତ ମିଶ୍ରଣ କରିବେ ବୋଲି ବହୁ ଚର୍ଚ୍ଚା ହେଉଛି। ଏହାର ଅର୍ଥ ଉଭୟ ଦଳ ଜେଡିୟୁ ଏବଂ ଆରଜେଡି ଏକଜୁଟ ହେବେ। ଅନେକ ନେତାଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଥିଲା। ସୁଶୀଲ କୁମାର ମୋଦୀ, ଉପେନ୍ଦ୍ର କୁଶୱାଙ୍କ ସମେତ ଅନେକ ନେତା ଏହା ଉପରେ ଭିନ୍ନ ବିବୃତ୍ତି ଦେଇଛନ୍ତି।

ଏହି ସବୁ କଳ୍ପନାଜଳ୍ପନା ମଧ୍ୟରେ ସିଏମ ନୀତୀଶ କୁମାରଙ୍କ ଉତ୍ତର ମଧ୍ୟ ଆସିଛି। ଗୁରୁବାର ଦିନ ଜେଡିୟୁ ବିଧାନସଭା ପାର୍ଟି ବୈଠକରେ ନୀତୀଶ କହିଛନ୍ତି ଯେ ସେପରି ପ୍ରସ୍ତାବ କିମ୍ବା ଆଲୋଚନା ନାହିଁ।

Leave A Reply

Your email address will not be published.