ରାଜ୍ୟରେ ବଢିଲାଣି ଶୀତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଖସୁଛି ପାରଦ ଆଉ ବଢୁଛି ଶୀତ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ହାଲୁକା ଥଣ୍ତା ଅନୁଭୂତ ହେଉଛି । ତେବେ ଆଗକୁ ଶୀତ ଆହୁରି ବଢିବା ନେଇ ସମ୍ଭାବନା ରହିଛି । ତେବେ ସୂଚନା ମୁତାବକ, ରାଜ୍ୟରେ ହାଲୁକା ଥଣ୍ଡା ପଡ଼ିବା ଆରମ୍ଭ ହୋଇଗଲାଣି। ଗତକାଲି ରାତିରେ ରାଜ୍ୟର ମୋଟ୍‌ ୫ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି।

ଏହି କ୍ରମରେ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଜି. ଉଦୟଗିରିରେ ୧୩ ଡିଗ୍ରି ତାପମାତ୍ରା ରେକର୍ଡ ‌ହୋଇଛି। କୋରାପୁଟରେ ୧୩.୮ ଡିଗ୍ରି, କିରେଇରେ ୧୪ ଡିଗ୍ରି, ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରି ଓ ଫୁଲବାଣୀରେ ୧୫ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରହିଥିଲା। ସେହିଭଳି ନବରଙ୍ଗପୁର, ଅନୁଗୁଳ, ଭବାନୀପାଟଣା, ହୀରାକୁଦ, ଝାରସୁଗୁଡ଼ା ଓ ସୋନପୁରର ରାତି ତାପମାତ୍ରା ୧୭ରୁ ୧୭.୭ ଡିଗ୍ରି ମଧ୍ୟରେ ରହିଛି। ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

ତେବେ ୧୩ ଡ଼ିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରି ସବୁଠୁ ଥଣ୍ତା ସହର ହୋଇଥିବା ବେଳେ କୋରାପୁଟରେ ୧୩. ୮ ଡି଼ଗ୍ରୀ, କିରେଇରେ ୧୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରୀ, ଫୁଲବାଣୀରେ ୧୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ସେହିପରି ସୋନପୁର, ଝାରସୁଗୁଡ଼ା, ହୀରକୁଦ, ଅନୁଗୁଳ, ନବରଙ୍ଗପୁର ଓ ଭବାନୀପାଟଣାରେ ତାପମାତ୍ରା ୧୭ରୁ ୧୭.୭ ଡିଗ୍ରୀ ମଧ୍ଯରେ ରହିଛି । ପ୍ରକାଶ ଥାଉ କି, ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

Leave A Reply

Your email address will not be published.