ରାଜ୍ୟରେ ପୁଣି ହାଡ ଭାଙ୍ଗିବ ଜାଡ

0

ଓଡ଼ିଆ ନ୍ୟୁଜ୍: ପୁଣି ରାଜ୍ୟକୁ ଫେରିଛି ଶୀତ । ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସହ ସବୁଠି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଆହୁରି ୩ ଦିନ ଯାଏ ରାଜ୍ୟରେ କୋଲ୍ଡ ୱେଭ୍ ବା ଶୀତ ଲହରୀ ଜାରି ରହିବ ବୋଲି ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ ଓ ଝାରସୁଗୁଡା ଏହି ୨ ଜିଲ୍ଲାକୁ ଶୀତ ଲହରୀ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବୁଧବାର ଅନୁଗୁଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ଝାରସୁଗୁଡା ୫ ଜିଲାକୁ ଓ୍ବାର୍ଣ୍ଣିଂ ରହିଥିବା ବେଳେ ୧୪ ତାରିଖରେ ଉପକୂଳ ଓଡ଼ିଶା ସମେତ ଏହି ୫ ଜିଲ୍ଲାରୁ ଶୀତ ଲହରୀ ପାଇଁ ସତର୍କତା କରାଇଛି ବିଭାଗ ।

ସେପଟେ ପୁଣି ରାଜ୍ୟରେ ଘନ କୁହୁଡିର ସତର୍କତା ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ କେନ୍ଦ୍ରାପଡା, ଜଗତସିଂପୁର ଓ ସୁନ୍ଦରଗଡ ଏହି ୩ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ବୁଧବାର ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ସୁନ୍ଦରଗଡ ଓ କୋରାପୁଟ ଏହି ୫ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

Leave A Reply

Your email address will not be published.