ପୁଣି ହାଡ଼ ଭାଙ୍ଗିବ ଜାଡ଼ !

0

ଓଡ଼ିଆ ନ୍ୟୁଜ୍: ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟକୁ ପୁଣି ଫେରିବ ଶୀତ ଲହରୀ।ପାକିସ୍ତାନ ଓ ଆଫଗାନିସ୍ତାନ ଅଂଚଳର ମଧ୍ୟଭାଗରେ ସକ୍ରିୟ ପଶ୍ଚିମା ଝଡ଼। ପଶ୍ଚିମାଝଡ଼ର ଅପସାରଣ ପରେ ରାଜ୍ୟରେ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢ଼ିବ। ଗତ କିଛିଦିନ ଧରି ରାଜ୍ୟରେ ଲାଗି ରହିଥିବା ପ୍ରବଳ ଶୀତରେ ହଠାତ୍‌ ପରିବର୍ତ୍ତନ ଆସିଛି। ଆକାଶରେ ବାଦଲ ଆଚ୍ଛାଦନ ବୃଦ୍ଧି ହେତୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଉପରମୁହଁା ହୋଇଛି। ରାଜ୍ୟର କିଛି ସ୍ଥାନରେ ଶନିବାର ରାତିରେ ଝିପି ଝିପି ବର୍ଷା ହୋଇଥିବାବେଳେ ରବିବାର ଅଧିକାଂଶ ସ୍ଥାନରେ ୩ରୁ ୭ଡିଗ୍ରୀ ଯାଏ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିଲା।

ଆଜିଠାରୁ ବାଦଲ ଆଚ୍ଛାଦନ ହଟିବା ପରେ ପୁଣି ପାରଦ ଖସିବା ସହିତ ଶୀତ ବଢିବ। ଆସନ୍ତା ୧୮ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତଥ୍ୟ ଅନୁଯାୟୀ, ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରହିଥିବାବେଳେ ଫୁଲବାଣୀରେ ୭ ଡିଗ୍ରୀ, ରାଉରକେଲା ୮ ଡିଗ୍ରୀ, ଝାରସୁଗୁଡା ୮.୩ ଡିଗ୍ରୀ, ନବରଙ୍ଗପୁର ୮.୫ ଡିଗ୍ରୀ ଓ କିରେଇରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.