ଓଡ଼ିଆ ନ୍ୟୁଜ୍: ପୁରୀ ସ୍ବର୍ଗଦ୍ବାରକୁ ପୋଡ଼ା ହେବାକୁ ଆସିଥିବା ମହିଳା ଜୀବିତ। ଜୀବିତ ମହିଳା ପୁରୀ ମେଡିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି।ଗଞ୍ଜାମ କେ. ନୂଆଗାଁ ଅଞ୍ଚଳରୁ ଜଣେ ବୃଦ୍ଧାଙ୍କୁ ପୋଡ଼ିବାକୁ ଅଣା ଯାଇଥିଲା।ସ୍ୱର୍ଗଦ୍ୱାର ନିୟମ ଅନୁସାରେ ଡେଥ୍ ସାର୍ଟିଫିକେଟ୍ ମଗାଯିବାରୁ ବିଳମ୍ବ ହେଲା। ଏହି ସମୟରେ ବୃଦ୍ଧା ଆଖି ଖୋଲିଲେ, ଜୀବିତ ଥିବାରୁ ମେଡିକାଲ୍ରେ ଭର୍ତ୍ତି। ପରିବାର ଲୋକେ ମୁରବିଙ୍କ କଥା ଅନୁସାରେ ମୃତ ଭାବି ପୋଡ଼ିବାକୁ ଆଣିଥିଲେ।ଡାକ୍ତର ଦେଖାଇ ନ ଥିଲେ କି ଡେଥ୍ ସାର୍ଟିଫିକେଟ୍ ଆଣି ନ ଥିଲେ।
ବୟସାଧିକ୍ୟ ଯୋଗୁଁ ଆଜି ପି ଲକ୍ଷ୍ମୀ କିଛି କଥା କହୁନଥିବାବେଳେ ପରିବାର ଲୋକ ଭାବିଥିଲେ ଯେ ତାଙ୍କର ମୃତ୍ୟୁ ହୋଇଯାଇଛି। ଆଉ ଲକ୍ଷ୍ମୀଙ୍କ ଶେଷ ଇଚ୍ଛା ମୁତାବକ ତାଙ୍କୁ ସ୍ୱର୍ଗଦ୍ୱାରକୁ ଆଣିଥିଲେ।ତେବେ ସ୍ୱର୍ଗଦ୍ୱାରରେ ଯେତେବେଳେ ଲକ୍ଷ୍ମୀଙ୍କୁ ଦାହ କରିବାକୁ ସବୁ ବ୍ୟବସ୍ଥା କରାଯାଉଥିଲା, ସେତେବେଳେ ସ୍ୱର୍ଗଦ୍ୱାର ମ୍ୟାନେଜର ବୃଦ୍ଧା ବଞ୍ଚିଥିବା ଜାଣିବାକୁ ପାଇଥିଲେ। ବୃଦ୍ଧାଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଲୁଥିଲା।
ଆଉ ଏହା ଦେଖିବା ପରେ ତୁରନ୍ତ ମ୍ୟାନେଜର ଆମ୍ବୁଲାନ୍ସ ଡ଼କାଇବା ସହ ବୃଦ୍ଧାଙ୍କୁ ତାଙ୍କ ପରିବାର ସହଯୋଗରେ ପୁରୀ ମେଡିକାଲ ଆଣିଥିଲେ।ଡାକ୍ତରଖାନାରେ ଲକ୍ଷ୍ମୀଙ୍କୁ ଭର୍ତ୍ତି କରାଯାଇଥିବାବେଳେ ସେ ଜୀବିତ ଥିବା ଡାକ୍ତର ମଧ୍ୟ ପ୍ରକାଶ କରିଥିଲେ। ଏବେ ତାଙ୍କ ପୁରୀ ମେଡିକାଲରେ ଚିକିତ୍ସା ଚାଲିଛି।